ଭୁବନେଶ୍ୱର: ପିଏମ୍ ସୂର୍ଯ୍ୟଘର ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ । ଓଡ଼ିଶାରେ ପିଏମ୍ ସୂର୍ଯ୍ୟ ଘର ଯୋଜନା ଧିମେଇ ଯାଇଛି । ୩ ଲକ୍ଷ ଟାର୍ଗେଟ୍ ଦିଆଯାଇଥିବା ବେଳେ ପୂରଣ ହୋଇଛି ମାତ୍ର ୨୦ ହଜାର । ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରିବା ପରେ ଉପ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦେଶନାମା ଜାରି କରିଛନ୍ତି । ଏଣିକି ପ୍ରତି ମାସରେ ଯୋଜନା ର ଅଗ୍ରଗତି ନେଇ ବିତରକ କମ୍ପାନୀମାନଙ୍କ ସହ ସମୀକ୍ଷା କରାଯିବ । ପିଏମ ସୂର୍ଯ୍ୟଘର ଯୋଜନାକୁ ନେଇ ବିଲ କଲେକ୍ସନ କରୁଥିବା କର୍ମଚାରୀ ଆୱାରନେସ କରାଇବେ । ଲୋକଙ୍କୁ ସଚେତନ କରାଯିବା ସହ ଲିଫ୍ଲେଟ୍ ଓ ପାମ୍ପଲେଟ୍ ବଣ୍ଟାଯିବ । ଏନେଇ ଉପ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି ।
ଅନ ଲାଇନ ଜରିଆରେ ଯେଉଁମାନେ ପିଏମ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରିଛନ୍ତି । ସେମାନଙ୍କୁ ବିତରଣ କମ୍ପାନୀ ମାନେ ଯୋଗାଯୋଗ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପିଏମ୍ ସୂର୍ଯ୍ୟ ଘର ଯୋଜନା ଧିମେଇ ଯାଇଛି ବୋଲି ୧ ଲକ୍ଷ ୮୦ ହଜାର ଆବେଦନକୁ ରେଗୁଲାର ମିନିଟରିଂ କରାଯିବ ।