ନୂଆଦିଲ୍ଲୀ: ସ୍ଵାଧୀନତା ଦିବସ ଅବସରରେ ଭାରତୀୟ ବାୟୁସେନାର ମୋଟ ୩୬ ଜଣ ବାୟୁସେନା ସୈନିକଙ୍କୁ ସାହସ ଏବଂ ଅଦମ୍ୟ ସାହସିକତା ପ୍ରଦର୍ଶନ କରିଥିବାରୁ ବୀରତା ପୁରସ୍କାର ପ୍ରଦାନ କରାଯିବ । ୱିଙ୍ଗ୍ କମାଣ୍ଡର୍ ଅଭିମନ୍ୟୁ ସିଂହଙ୍କୁ ସୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯିବ । ୯ ଜଣ ଯବାନଙ୍କୁ ତୃତୀୟ ସର୍ବୋଚ୍ଚ ସାମରିକ ସମ୍ମାନ ବୀରଚକ୍ର ପୁରସ୍କାରରେ ସମ୍ମାନିତ କରାଯିବ । ସେହିପରି ୨୬ ଜଣଙ୍କୁ ସାହସିକତା ପାଇଁ ବାୟୁସେନା ପଦକ ପ୍ରଦାନ କରାଯିବ । ଏହା ସହିତ ୧୩ ବାୟୁସେନା ଅଧିକାରୀ ପାଇବେ ବିଶିଷ୍ଟ ଯୁଦ୍ଧସେବା ମେଡାଲ୍ ।
ବୀରଚକ୍ର ସମ୍ମାନରେ ସମ୍ମାନୀତ ହେବାକୁ ଥିବା ବ୍ୟକ୍ତି ବିଶେଷ ହେଲେ ଏହି ସମ୍ମାନ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଗ୍ରୁପ୍ କ୍ୟାପଟେନ୍ ରଞ୍ଜିତ ସିଂହ ସିଦ୍ଧୁ, ମନୀଷ ଆରୋରା, ଅନିମେଶ ପାଟନୀ, କୁନାଲ କାଲ୍ରା, ୱିଙ୍ଗ କମାଣ୍ଡର ଜୟ ଚନ୍ଦ୍ର, ସ୍କ୍ୱାଡ୍ରନ୍ ଲିଡର ସାର୍ଥକ କୁମାର, ସିଦ୍ଧାନ୍ତ ସିଂହ, ରିଜୱାନ ମଲିକ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅର୍ଶବୀର ସିଂହ ଠାକୁର ଅଛନ୍ତି ।
ଅପରେସନ ସିନ୍ଦୂରରେ ନିଜର ଉଲ୍ଲେଖନୀୟ ନେତୃତ୍ବ ପାଇଁ ଉତ୍ତରାଞ୍ଚଳ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପ୍ରତୀକ ଶର୍ମା ଏବଂ ସାମରିକ ଅପରେସନର ମହାନିର୍ଦ୍ଦେଶକ (ଡିଜିଏମଏ) ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇଙ୍କୁ ସର୍ବୋତ୍ତମ ଯୁଦ୍ଧ ସେବା ପଦକ ପ୍ରଦାନ କରାଯିବ।
ଏୟାର ଭାଇସ୍ ମାର୍ଶଲ ଯୋଶେଫ୍ ସୁରେଶ, ଏଭିଏମ୍ ପ୍ରଜୁଆଲ ସିଂ ଓ ଏୟାର କମାଣ୍ଡର ଅଶୋକ ରାଜ ଠାକୁର ମଧ୍ୟ ପାଇବେ ଯୁଦ୍ଧସେବା ମେଡାଲ୍ ।
ନୌସେନା
ନୌସେନାର ୩ ଜଣଙ୍କୁ ଯୁଦ୍ଧ ସେବା ପଦକ ପ୍ରଦାନ କରାଯିବ । ଅପରେସନ ସିନ୍ଦୂର ପାଇଁ ପୂର୍ବତନ ନୌସେନା କମାଣ୍ଡର ଭାଇସ୍ ଆଡମିରାଲ୍ ଏସଜେ ସିଂଙ୍କୁ ସର୍ବୋତ୍ତମ ଯୁଦ୍ଧ ସେବା ପଦକ, ଭାଇସ୍ ଆଡମିରାଲ୍ ତରୁଣ ସୋବତୀଙ୍କୁ ଉତ୍ତମ ଯୁଦ୍ଧ ସେବା ପଦକ ଓ ନୌସେନାର ପରିଚାଳନା ନିର୍ଦ୍ଦେଶକ ଭାଇସ୍ ଆଡ଼ମିରାଲ୍ ଏନ୍ ପ୍ରମୋଦଙ୍କୁ ଯୁଦ୍ଧ ସେବା ପଦକ ପ୍ରଦାନ କରାଯିବ ।