ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କୁ ନେଇ ଦ୍ୱନ୍ଦ୍ୱ ଦୂର ହଉନି । ଏବେ ବି ଅନେକ ମୃତଦେହ ଚିହ୍ନଟ ହୋଇନଥିବା ବେଳେ କିଛି ମୃତଦେହ ପାଇଁ ଜଣେ ମଧ୍ୟ ଦାବିଦାର ନଥିବା ବେଳେ ଗୋଟେ ଗୋଟେ ମୃତଦେହ ପାଇଁ ୬ ଜଣ ଲେଖାଏ ଦାବିଦାର ବାହାରୁଥିବା କହିଛନ୍ତି ମେୟର ସୁଲୋଚନା ଦାସ। ତେଣୁ ପ୍ରକୃତ ପରିଜନଙ୍କୁ ଚିହ୍ନଟ ପାଇଁ ଏମ୍ସରୁ 33 ରକ୍ତ ନମୁନା ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି ଏବଂ ଦୁଇ ଦିନ ଭିତରେ ଏହାର ରିପୋର୍ଟ ଆସିବ ବୋଲି ସୂଚନା ରହିଛି ମେୟର । ଓଡ଼ିଶାରେ ଡିଏନଏ ପରୀକ୍ଷଣ ବ୍ୟବସ୍ଥା ନଥିବାରୁ ଦିଲ୍ଲୀ ଏମ୍ସକୁ ଡିଏନଏ ଟେଷ୍ଟିଙ୍ଗ ପାଇଁ ପଠାଯାଇଛି।
ଅଧିକ ପଢନ୍ତୁ : କଣ୍ଟେନରରେ ରହିବ ମୃତଦେହ
ମୃତଦେହ ଚିହ୍ନଟ ପାଇଁ ଭୁବନେଶ୍ୱର ଏମ୍ସ ରେ ଭିଡ ଲାଗିରହିଛି । ଅନେକ ବ୍ୟକ୍ତି ତାଙ୍କ ପରିଜନଙ୍କ ମୃତଦେହ ଫଟୋ ଆଣିଛନ୍ତି। ଫଟୋର ଟ୍ୟାଗ ନମ୍ବରକୁ ବିଏମସ ହେଲ୍ପଡେସ୍କ ପକ୍ଷରୁ ଦେଖାଯାଉଥିବା ତାଲିକାରେ ସେ ଫଟୋ ମିଳୁନାହିଁ। ଏପରିକି ଅନେକ ଫଟୋର ଟ୍ୟାଗ ନମ୍ବର ହିଁ ନାହିଁ। ଅନୁକମ୍ପା ରାଶି ପାଇବା ପାଇଁ ଅନେକ ନକଲି ସମ୍ପର୍କୀୟ ଆସୁଥିବାରୁ ଉପଯୁକ୍ତ ପରିଜନକୁ ମୃତଦେହ ହସ୍ତାନ୍ତର ସହିତ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଡିଏନଏ ଟେଷ୍ଟ ବ୍ୟବସ୍ଥା କରାଯାଇଛି।