ବୌଦ୍ଧ: ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ଚରିଆପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଡକାଡକି ହୋଇ ଆରପାରିକୁ ଚାଲିଗଲେ ୩ ଭଉଣୀ । ସାପ କାମୁଡ଼ାରେ ୩ ଭଉଣୀଙ୍କର ମୃତ୍ୟୁ ହୋଇଥିବାବେଳେ ବାପାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକମାନେ ହେଲେ ବଡ ଭଉଣୀ ସୁଧିରେଖା ମଲ୍ଲିକ(୧୩), ମଝିଆ ଭଉଣୀ ଶୁଭରେଖା ମଲ୍ଲିକ(୧୨) ଓ ସାନ ଭଉଣୀ ସୁରଭୀ ମଲ୍ଲିକ (୩ ବର୍ଷ) । ବାପା ସୁଲେନ୍ଦ୍ର ମଲ୍ଲିକ ଗୁରୁତର ଅଛନ୍ତି ।
ଗତକାଲି ରାତିରେ ସୁଲେନ୍ଦ୍ର ଓ ତାଙ୍କ ତିନି ଘରେ ଶୋଇଥିଲେ । ଏହି ସମୟରେ ଏକ ବିଷଧର ସାପ ୩ ଝିଅ ଓ ତାଙ୍କୁ କାମୁଡ଼ି ଥିଲା । ବିଳମ୍ବିତ ରାତିରେ ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ସୁଲେନ୍ଦ୍ରଙ୍କ ସ୍ତ୍ରୀ ପଡ଼ୋଶୀଙ୍କୁ ଡାକିଥିଲେ । ୩ ଝିଅ ଓ ବାପାକୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ୩ ଭଉଣୀକୁ ମୃତ ଘୋଷଣା କରିଥିବା ବେଳେ ବାପାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ସମସ୍ତଙ୍କୁ ଚିତି ସାପ କାମଡ଼ିଥିବା କୁହାଯାଉଛି ।
ଅନ୍ୟପକ୍ଷରେ ଏକା ସଙ୍ଗରେ ଗୋଟିଏ ପରିବାରର ତିନୋଟି ଝିଅ ଚାଲିଯିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ସେପଟେ ବାପାଙ୍କର ମଧ୍ୟ ଚିକିତ୍ସା ଜାରି ରହିଛି । ପୋଲିଲ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିନି ।