ମୋହନା: ମୋହନା ଥାନା ଚନ୍ଦ୍ରଗିରି ଶିବ ମନ୍ଦିରରେ ଘଟିଛି ଏକ ଅଭାବନୀୟ ଘଟଣା । ଶିବ ମନ୍ଦିରକୁ ପୂଜା କରିବା ପାଇଁ ଆସିଥିବା ଶ୍ରଦ୍ଧାଳୁ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି । ମହୁମାଛି ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ଚନ୍ଦ୍ରଗିରି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଆଜି ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରଭୁ ଶିବଙ୍କ ଦର୍ଶନ କରିବା ପାଇଁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଶ୍ରଦ୍ଧାଳୁମାନେ ପ୍ରଭୁ ଶିବଙ୍କ ଦର୍ଶନ କରୁଥିବାବେଳେ ଅତର୍କିତ ଭାବେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି ।