ଭୁବନେଶ୍ୱର: ୭୯ତମ ସ୍ୱାଧୀନତା ଦିବସକୁ ନେଇ ସମଗ୍ର ଦେଶରେ ଉତ୍ସବର ମାହୋଲ । ସହରଠୁ ନେଇ ପୂରପଲ୍ଲୀ ସବୁଠି ଅଗଷ୍ଟ ୧୫ରେ ଆନନ୍ଦ ଉତ୍ସାହର ପାଳନ କରାଯାଉଛି ଦେଶର ସ୍ୱାଧୀନତା ଦିବସ । ଏହି ଉପଲକ୍ଷେ ଉଲ୍ଲେଖନୀୟ ସେବା ପାଇଁ ୧୯ ଜଣଙ୍କୁ ପୋଲିସ ପ୍ରଦାନ କରାଯାଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପଦକ ପ୍ରଦାନ କରିଛନ୍ତି ।
ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିଛି । ଭିଜିଲାନ୍ସ ଅଧୀକ୍ଷକ ସରୋଜ ସାମଲ ଓ କନଷ୍ଟେବଲ ସତ୍ୟବାଦୀ ମଲିକଙ୍କୁ ଏହି ପଦକ ପ୍ରଦାନ କରାଯାଇଛି । ସାହସିକତା ପାଇଁ ୬ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ଆର୍ମଡ ପୋଲିସ ଏସଆଇ ଗିରୀଶ ମାଝୀ, ଏସଓଜି ହାବିଲଦାର ପବିତ୍ର ସାହୁ, ହାବିଲଦାର ଉମେଶ ମୁଣ୍ଡା, ଏସଓଜି କମାଣ୍ଡୋ ପୀତାମ୍ବର ସତନାମି, ଓଏସଏପି କମାଣ୍ଡୋ କବି ରାଉତ, ଏସଓଜି କମାଣ୍ଡୋ ସୁଶାନ୍ତ ସାଗରଙ୍କୁ ସାହସିକତା ପଦକ ମିଳିଛି । ଏହି ସମସ୍ତେ ବଲାଙ୍ଗିର ଖପ୍ରାଖୋଲରେ ମାଓବାଦୀ ବିରୋଧୀ ଅପରେସନରେ ସାମିଲ ଥିଲେ । ସେହିପରି ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ପଦକ ମିଳିଛି । ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଦକ ପ୍ରଦାନ କରିଛନ୍ତି ।