ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା ପାଇଁ ୩ ଦିନ ପୁରୀରେ ଲାଗୁ ହେବ ୧୪୪ ଧାରା, ଟିଭି ରେ ସ୍ନାନ ଯାତ୍ରା ଦେଖିବେ ଭକ୍ତ
Khabar Odisha:144-act--3-days-in-Puri-due-to-snan-Yatra
ଭୁବନେଶ୍ୱର, ଜୁନ 2 ( ଖବର ଓଡ଼ିଶା):

 ଆସନ୍ତା ଜୁନ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ତେଣୁ ପୁରୀରେ ତିନିଦିନ ଧରି ଜାରି ହେବ  ୧୪୪ଧାରା ।

ଆଜି ପୁରୀରେ ଛତିଶାନିଯୋଗ ବୈଠକ ବସିଥିଲା । ଏହି ବୈଠକ ପରେ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଆସନ୍ତା ୪ ତାରିଖରୁ ପୁରୀରେ ତିନିଦିନ ଧରି ୧୪୪ଧାରା ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି।ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲୋକ ଭିଡ କୁ ଦୃଷ୍ଟିରେ ରଖି ୧୪୪ଧାରା ଜାରି କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଏହି ଧାରା ଲୋକଙ୍କ ଆତଯାତ ରୋକିବା ପାଇଁ ଜାରି କରାଯିବ ।

ଆସନ୍ତା ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ ଧାରା ଲାଗୁ ହେବ।  ପୁରୀ ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯିବ । ଏଥିସହିତ ୧୪୪ ଧାରା ଶ୍ରୀମନ୍ଦିର ଚାରିପାଖରେ ବି ଲାଗୁ କରାଯିବ।

କରୋନା କଟକଣା ଯୋଗୁଁ ଏଥର ସ୍ନାନବେଦିରେ ସାଧାରଣ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିବ ନାହିଁ। ଏପରିକି ବଡ଼ଦାଣ୍ଡରେ ମଧ୍ୟ କଟକଣା ରହିବ। ଭକ୍ତମାନେ ଘରେ ରହି ଟିଭିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ର ସିଧାପ୍ରସାରଣ ଦେଖିପାରିବେ। ମହାପ୍ରଭୁଙ୍କ ସେବା, ପୂଜା, ନୀତି ପରମ୍ପରା ଅନୁସାରେ ଅନୁଷ୍ଠିତ ହେବ। ସେହିଭଳି ରାଜ୍ୟ ସରକାର ନିର୍ଦ୍ଦେଶ ଦେଲେ କଟକଣା ଭିତରେ ରଥଯାତ୍ରା ମଧ୍ୟ କରାଯାଇପାରିବ ।

  • Tags:

Subscribe

National International State Sports Entertainment