ବରଗଡ଼ ସାଂସଦ ତଥା ବ୍ରଜରାଜନଗର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ଘର ପାଖରେ ପଡ଼ିଲା ଡ୍ରୋନ ।
ସୂଚନା ଅନୁଯାୟୀ ଗୁରୁବାର ପ୍ରାୟ ଅପରାହ୍ନ ୨ଟା ସମୟରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲପାହାଡ ଗାନ୍ଧୀ ଛକ ଆମ୍ବଝର ଠାରେ ସାଂସଦ ତଥା ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ ଙ୍କ ରହୁଥିବା ବାସ ଭବନ ପରିସରରେ ଏକ ଡ୍ରୋନ କ୍ୟାମେରା ଘୁରୁଥିବା ସମୟ ରେ ଏକ ଇଲେକ୍ଟ୍ରି ଟାୱାର ରେ ପିଟି ହୋଇ ତଳେ ପଡିଯାଇଥିଲା। ଘଟଣାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କ ରେ ସାଂସଦ ପୂଜାରୀ ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ସୂଚନା ଦେଲା ପରେ ବେଲପାହାଡ଼ ଆଇଆଇସି ତତକ୍ଷଣା ଆସି ଡ୍ରୋନକୁ ଡିଫିଉଜ୍ କରି ତଦନ୍ତ ଜାରି ରଖିଛନ୍ତି | କେଉଁଠୁ ଏବଂ ଏହା କିପରି ଆସିଲା ଛାନଭିନ କରୁଛି ପୋଲିସ।
ତେବେ ପ୍ରାଥମିକ ସୂଚନା ଅନୁଯାୟୀ ଏହି ଡ୍ରୋନଟି ବନ ବିଭାଗର ହୋଇପାରେ ବୋଲି ସନ୍ଦେହ କରାଯାଇଛି ।