ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଲେ ଶାହ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁରରେ ପହଞ୍ଚିବେ। ସୋନପୁରରେ ଜନସଭା କରିବେ ଶାହ । ସୋନପୁରରେ ବିଶାଳ ସମାବେଶ ପାଇଁ ଜୋରସୋରରେ ଆୟୋଜନ ମଧ୍ୟ ହୋଇଛି ।
ସାରା ପଶ୍ଚିମ ଓଡ଼ିଶାରୁ ବିଜେପି କର୍ମୀ ଆଜି ଶାହଙ୍କୁ ଶୁଣିବାକୁ ସୋନପୁର ଆସୁଛନ୍ତି । ରାମେଶ୍ୱରମ୍ ଷ୍ଟାଡିୟମରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ । ସଭା ସାରି ହେଲିକପ୍ଟର ଯୋଗେ ଭୁବନେଶ୍ୱର ଆସିବେ । ଭୁବନେଶ୍ୱରରେ ପହଞ୍ଚିବା ପରେ ଦଳର ବରିଷ୍ଠ ତଥା ତୁଙ୍ଗ ନେତା ସହ ନିର୍ବାଚନକୁ ନେଇ କରିବେ ଏକ ବିଶାଳ ଆଲୋଚନା । ୨୪ ଲଢେଇ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରଣନୀତି । ଭୁବନେଶ୍ୱରରେ ଶାହଙ୍କ ରାତି ରହଣୀ କାର୍ଯ୍ୟକ୍ରମ ରହିଛି ।
ଅଧିକା ପଢନ୍ତୁ: ସୋନପୁରରେ ନିର୍ବାଚନୀ ବିଗୁଲ ଫୁଙ୍କିବେ ଅମିତ ଶାହା