ଭୁବନେଶ୍ବର: ପ୍ରଫେସର ଓ ଆସିଷ୍ଟାଣ୍ଡ ଫ୍ରଫେସର ଆଶାୟୀମାନଙ୍କ ପାଇଁ ଖୁସି ଖବର ଆସିଛି। ଖୁବ ଶୀଘ୍ର ରାଜ୍ୟରେ ଖାଲି ପଡିଥିବା ୧୩୫୩ ପ୍ରଫେସର ଓ ଆସିଷ୍ଟାଣ୍ଡ ଫ୍ରଫେସର ପଦବି ପୂରଣ ହେବ। ଏନେଇ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି । ଏନେଇ କୁଳପତିମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଖାଲି ପଡ଼ି଼ଥିବା ପଦବି ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଉଚ୍ଚଶିକ୍ଷା ବିଭାଗର କିଛି କମ୍ପାନୀ ସହ ମଧ୍ୟ ବୁଝାମଣା ହୋଇଛି। ଯେପରି ଉପଯୁକ୍ତ ଓ ଯୋଗ୍ୟ ଯୁବକ ଏବଂ ଯୁବତୀମାନେ ଖୁବଶୀଘ୍ର ନିଯୁକ୍ତି ପାଇବେ ସେନେଇ ମଧ୍ୟ ଆଲୋଚନା କରାଯାଇଛି ।
ଏହି ବୈଠକରେ ମଧ୍ୟ ଜାତୀୟ ଶିକ୍ଷାନୀତି ୨୦୨୦ ସମ୍ପର୍କରେ ଆଲୋଚନା କରାଯାଇଛି। କିପରି ଭାବରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆସିପାରିବ, ଶିକ୍ଷିତ ଯୁବକ ଏବଂ ଯୁବତୀମାନେ ଚାକିରି ପାଇପାରିବେ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ବିଶ୍ଵବିଦ୍ୟାଳୟଗୁଡିକରେ ଖାଲି ଥିବା ପ୍ରଫେସର ଓ ଆସିଷ୍ଟାଣ୍ଡ ଫ୍ରଫେସର ପଦବି ସଂଖ୍ୟା ଦେବାକୁ ନିର୍ଦେଶ ଦିଆଯାଇଛି। ବର୍ତ୍ତମାନ ସରକାରରେ ସମସ୍ତ ନିଯୁକ୍ତି ପୂରଣ କରାଯିବ। ନିଯୁକ୍ତି ପ୍ରକ୍ରିୟାକୁ କ୍ରିୟାଶୀଳ ହୋଇ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଫଳରେ ଶିକ୍ଷିତ ଯୁବକ ଏବଂ ଯୁବତୀମାନେ ବିନା ଚାକିରୀରେ ରହିବେ ନାହିଁ। ବର୍ଷ ଆରମ୍ଭରୁ ହିଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଯେ କୌଣସି ପଦବି ଫାଙ୍କା ପଡିବ ନାହିଁ। ଜଣେ କର୍ମଚାରୀ ଅବସର ନେବା ପରେ ଆଉ ଜଣେ ନୂଆ କର୍ମଚାରୀ ତାଙ୍କ ପଦବିରେ ନିଯୁକ୍ତି ଦିଆଯିବ।