ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୧୧୦ କେଜି ଓଜନର ମାଛ । ସମସ୍ତେ ବିଭିନ୍ନ ରଙ୍ଗର ମାଛ ଦେଖିଥିବେ କିନ୍ତୁ ଏ ମାଛର ଓଜନ ଶୁଣିଲେ ଓ ଆକାର ଦେଖିଲେ ବିଶ୍ୱାସ କରି ହେବନାହିଁ । ସୂଚନା ଅନୁସାରେ, ଓଡ଼ିଶାର ପାରାଦୀପରେ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ର ଭିତରକୁ ଜାଲ ପକାଇଥିଲେ । ଆଉ ସେହି ଜାଲରେ ୧୧୦ କେଜି ଓଜନର ମାଛ ପଡିଥିଲା । ଏତେ ଓଜନର ମାଛକୁ ବହୁତ କଷ୍ଟରେ ମତ୍ସ୍ୟଜୀବୀମାନେ ଟ୍ରଲର ସାହାଯ୍ୟରେ ଉପରକୁ ଆଣିଥିଲେ । ଏହି ବିରାଟ ମାଛଟିକୁ "ଭୋଲା ମାଛ" ବୋଲି କୁହାଯାଏ ।
ମତ୍ସ୍ୟଜୀବୀମାନେ ମାଛକୁ ଦୀଘା ମୁହାଣରେ ଥିବା ମାଛ ମାର୍କେଟକୁ ନେଇଥିଲେ । ଏତେ ବଡ଼ ବିଶାଳ ଓ ବିରଳ ମାଛ ଦେଖିବାକୁ ଦୀଘା ମାର୍କେଟରେ ଲୋକଙ୍କର ପ୍ରବଳ ଭିଡ ଲାଗିଥିଲା । ପରେ ମାଛର ବିକ୍ରି ପାଇଁ ନିଲାମ ଡକାଯାଇଥିଲା । ଏହି ନିଲାମ ଡକାହେବା ସମୟରେ କୋଲକତାର ବିବିସି ନାମକ ଏକ କମ୍ପାନୀ ୨୫ ହଜାର ଟଙ୍କାରେ କିଣିଥିଲା । ବିଭିନ୍ନ ରୋଗର ଔଷଧ ପ୍ରସ୍ତୁତ ପାଇଁ ଏହି ମାଛର ଆବଶ୍ୟକତା ରହିଛି ବୋଲି ସୂଚନା ମିଳିଛି ।