ମାଲକାନିଗିରିରୁ ୧୧ ଶିଶୁ ଶ୍ରମିକ ଉଦ୍ଧାର
Khabar Odisha:11-child-labour-rescued-in-Malkanigiri
ମାଲକାନଗିରି ,ଜୁଲାଇ ୨(ଖବର ଓଡିଶା):


ମାଲକାନଗିରି ଜିଲ୍ଲାରୁ ୧୧ ଶିଶୁକନ୍ୟା ଯେଉଁମାନେ ଶ୍ରମିକ କାର୍ଯ୍ୟରେ ନିୟୋଜିତ ଥିଲେ ସେମାନଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଏମ୍ଭି୮ ନିକଟସ୍ଥ ଏକ କେନାଲ କାମର ଏହି ଶିଶୁ ମାନଙ୍କୁ ନିୟୋଜିତ କରାଯାଇଥିଲା । ଏହାର ଖବର ପାଇ ଜିଲ୍ଲା ଶିଶୁ ମଙ୍ଗଳ ସମିତି ବିଭାଗ , ଶ୍ରମ ବିଭାଗ, ଏବଂ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ୧୧ ଶିଶୁ କନ୍ୟାଙ୍କୁ ଉଦ୍ଧାର କରିଥିଲେ । 


ସେହିପରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଛଡାଉ କରି ଗତ ଚାରି ଦିନ ମଧ୍ୟରେ ୩୦ ରୁ ଉର୍ଦ୍ଧ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିବା ଶିଶୁ ମଙ୍ଗଳ ସମିତି ବିଭାଗ ତରଫରୁ କୁହାଯାଇଛି । ଏହା ସହିତ ଏହିପରି ଶିଶୁ ମାନଙ୍କୁ ଶ୍ରମିକ ଭାବେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଥିବା ଦଲାଲ ଓ ମାଲିକ ମାନଙ୍କ ବିରୋଧରେ ଦୃଢ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆ ଯିବା ସହ ଉଦ୍ଧାର କରାଯାଇଥିବା ଶିଶୁ ଶ୍ରମିକମାଙ୍କୁ ସୁରକ୍ଷିତ ଭାବେ ଥଇଥାନ ଏବଂ ସେମାନେ ଭବିଷ୍ୟତ କିପରି ଭାବେ ସୁଚାରୁ ରୂପେ ଗଢିପାରିବେ ସେନେଇ ଜିଲ୍ଲା ଶିଶୁ କଲ୍ୟାଣ ବିଭାଗ ତରଫରୁ ସାହାଯ୍ୟ କରାଯିବ ବୋଲି କୁହାଯାଇଛି ।

  • Tags:

Subscribe

National International State Sports Entertainment