ଗଜପତି : ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ୧୦ ଜଣ ଗିରଫ । ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ ଘଟିଛି ଏଭଳି ଘଟଣା। ଗାଁ ର କାମ୍ବି ମଳିକ ହତ୍ୟା ଘଟଣାର ସମ୍ପୃକ୍ତ ଦଶ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ଜଣେ ୮ ମହିଳା ଥିବାବେଳେ ୨ ଜଣ ପୁରୁଷ ଅଛନ୍ତି । ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ଧାରୁଆ ଅସ୍ତ୍ର ଜବତ ହୋଇଛି ।
ସୂଚନା ଅନୁଯାୟୀ ଗତ ମଙ୍ଗଳବାର ରାତିରେ କାମ୍ବି ମଳିକ ଘରେ ଏକୁଟିଆ ଥିବାବେଳେ ଗାଁର ମହିଳା ଓ ପୁରୁଷ ସଂଘବଦ୍ଧ ଭାବେ ହତ୍ୟାକରି ଗାଁ ନିକଟସ୍ଥ ଜଙ୍ଗଲରେ ପୋଡିଦେଇଥିଲେ । ଘଟଣାକୁ ସମ୍ପର୍କରେ ଖବର ପାଇ କୁଇହୁରୁ ଗାଁରେ ପୋଲିସ ତଦନ୍ତ କରିଥିଲା । ପୋଡ଼ାଯାଇଥିବା ସ୍ଥାନରୁ ହାଡ଼ ପାଉଁଶ ଜବତ କରିବା ସହ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଗୋଟିଏ ପଟେ ଗୁଣି ସନ୍ଦେହରୁ ଏହି ହତ୍ୟାକାଣ୍ଡ ହୋଇଥିବା ଗ୍ରାମବାସୀ କହିଥିବା ବେଳେ ଅନ୍ୟପଟେ ମହିଳା ମାନଙ୍କୁ ଅସଦାଚରଣ କରିବା ଯୋଗୁଁ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଥିଲେ ବୋଲି ଅଭିଯୋଗ କରିଥିଲେ। ତେବେ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଗିରଫ କରାଯିବ ବୋଲି ମୋହନା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।