ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଓଲିଉଡ ସୁପରଷ୍ଟାର ତଥା ପୂର୍ବତନ ସାଂସଦ ତଥା ବିଜେପି ଅନୁଭବ ମହାନ୍ତି । ବର୍ଷାଙ୍କ ଠାରୁ ଛାଡପତ୍ର ନେବା ପରେ ଏବେ ଅନୁଭବ ଆଉ ଥରେ ବିବାହ କରିବା ନେଇ ଚର୍ଚ୍ଚା ଜୋର୍ ଧରିଛି।
ତେବେ ଏହାରି ଭିତରେ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସିଛି। ଯାହା ଅନୁଭବ ଓ ଜାଗୃତିଙ୍କ ନିର୍ବନ୍ଧକୁ ନେଇ ବିଶେଷକରି ବାହାଘର ତାରିଖକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି । କିଏ ଆସନ୍ତା ୧୧ ତାରିଖରେ ବାହାଘର ହେବାକୁ ଥିବା ବେଳେ କହୁଥିବା ବେଳେ ଆଉ କିଏ ଅପ୍ରିଲ୍ ୧ ରେ ହେବ ବୋଲି ସୋସିଆଲ ପୋଷ୍ଟ କରୁଛନ୍ତି। ଏମିତି ଉଭୟଙ୍କ ନିର୍ବନ୍ଧ ହେଉଛି ବୋଲି କୁହାଯାଉଛି। ରାଜ୍ୟ ବାହାରେ ବାହା ହେବାର ଯୋଜନା ରହିଛି। ତେବେ ଜାଗୃତି କି ଅନୁଭବଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଏ ବାବଦରେ ଦିଆଯାଇ ନାହିଁ। ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି। କେଉଁଦିନ ଏବଂ କେଉଁଠି ଉଭୟ ବିବାହ ବନ୍ଧନରେ ଯୋଡି ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।