ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି । ବାଂଲାଦେଶ ବିପକ୍ଷ ନ୍ୟୁଜିଲାଣ୍ଡର ବିଜୟରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି । ପାକିସ୍ତାନ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ପରାଜିତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଭାରତଠୁ ପରାଜିତ ହୋଇଥିଲା । ଏହା ପରେ ପାକିସ୍ତାନ ଦଳର ଆଶା ବାଂଲାଦେଶ ଉପରେ ଥିଲା । ମାତ୍ର ବାଂଲାଦେଶ ଆଜି ନ୍ୟୁଜିଲାଣ୍ଡଠୁ ପରାଜିତ ହୋଇଛି । ଏହା ସହିତ ବାଂଲାଦେଶ ଓ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି ।
ଇାଂଲାଦେଶ ଏହି ମ୍ୟାଚରେ ୯ ୱିକେଟ୍ ହରାଇ ୨୩୬ ରନ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡର ରଚିନ ରବୀନ୍ଦ୍ର ୧୧୨ ରନର ଦମଦାର ଶତକୀୟ ଇନିଂସ ଦମରେ ୪୬.୧ ଓଭରରେ ଲକ୍ଷ୍ୟ ହାସଲ କରି ନେଇଥିଲା । ରଚିନଙ୍କ ବ୍ୟତୀତ ଟମ୍ ଲାଥମ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୫୫ ରନର ଇନିଂସ ଖେଳିଛନ୍ତି । ଆଇସିସି ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଏହା ରଚିନଙ୍କ ଚତୁର୍ଥ ଶତକ ।
ଭାରତ ବିପକ୍ଷରେ ପରାଜୟ ସହ ପାକିସ୍ତାନର ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡିବା ସ୍ପଷ୍ଟ ହୋଇ ସାରିଥିଲା । ମାତ୍ ଏହା କେବଳ ଆନୁଷ୍ଠାନିକ ଘୋଷଣାକୁ ବାକି ରହିଥିଲା । ଭାରତ ଓ ନ୍ୟୁଜିଲାଣ୍ଡ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ମାର୍ଚ୍ଚ ୪ରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ୍ ଖେଳାଯିବ । ଗ୍ରୁପ ୨ରୁ ଏ ପର୍ଯ୍ୟନ୍ତ କିଏ ସେମିକୁ ଯିବ ସ୍ପଷ୍ଟ ହୋଇ ନାହିଁ । ଦୌଡରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ ପରି ଦଳ ରହିଛି ।