ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି, ଯାହାର ଦ୍ୱିତୀୟ ଟେଷ୍ଟ ବିଶାଖାପାଟନମ୍ ରେ ଖେଳାଯାଉଥିବାବେଳେ ଏହି ଟେଷ୍ଟର ତୃତୀୟ ଦିନରେ ଭାରତର ଦ୍ୱିତୀୟ ଇନିଂସରେ ଶୁଭମନ ଗିଲ ଏକ ଶତକ ହାସଲ କରି ଭାରତକୁ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି । ଖରାପ ଫର୍ମରେ ସଂଘର୍ଷ କରୁଥିବା ଗିଲ ଦୀର୍ଘ ଦିନ ପରେ ଏହି ଶତକ ହାସଲ କରିଛନ୍ତି । ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ସମୟରେ ଶତକ ହାସଲ କରିଥିବାରୁ ଅନେକ ଖେଳାଳି ଗିଲଙ୍କ ପ୍ରଶଂସା କରିଛନ୍ତି ।
ଗିଲଙ୍କ ଶତକ ପରେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂ ଏବଂ ଶିଖର ଧାୱନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ଗିଲଙ୍କ ଶତକ ଦେଖିବା ପରେ ଯୁବରାଜ ସିଂ ବହୁତ ଖୁସି ହୋଇଥିଲେ। ଟ୍ୱିଟ କରି ଗିଲଙ୍କ ପ୍ରଶଂସା କରିବା ସହ ଗିଲଙ୍କ ଶତକର ମଧ୍ୟ ପ୍ରଶଂସା କରିଥିଲେ । ଧାୱନ ମଧ୍ୟ ଗିଲଙ୍କ ପ୍ରଶଂସା କରିବା ସହ ଆଗକୁ ଆହୁରି ଭଲ ପ୍ରଦର୍ଶନ କରି ଦେଶକୁ ଗର୍ବିତ କରାଇବା ପାଇବା ପ୍ରୋତ୍ସାହିତ କରିଥିଲେ ।
ଶୁଭମନ ଗିଲ ୧୪୭ ବଲରେ ଖେଳିଥିବାବେଳେ ଏବଂ ୧୦୪ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ସେ ୨ଟି ଛକା ଓ ୧୧ଟି ଚୌକ ସାମିଲ ଥିଲା । ଗତ ୧୧ ଇନିଂସରେ ଗିଲ ଗୋଟିଏ ଅର୍ଦ୍ଧଶତକ ହାସଲ କରିନଥିବାବେଳେ ତୃତୀୟ ଦିନରେ ସେ ଆଇୟରଙ୍କ ସହ ୮୯ ର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ । ଏହା ସହ ଭାରତ ଦଳ ଦ୍ଵିତୀୟ ଇନିଂସରେ ୨୫୫ ରନ ସଂଗ୍ରହ କରିଥିଲା । ଯାହା ଫଳରେ ଇଂଲଣ୍ଡକୁ ଜିତିବା ପାଇଁ ୩୯୯ ରନର ଆବଶ୍ୟକତା ରହିଛି ।
ଅଧିକ ପଢନ୍ତୁ : ୨ୟ ଟେଷ୍ଟରୁ ବାଦ ପଡିଲେ ଜାଡେଜା ଓ ରାହୁଲ