ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ହାରିଯିବା ପରେ ଭାରତୀୟ ଦଳକୁ ବଡ ଝଟକା ଲାଗିଛି । ଟିମ୍ ଇଣ୍ଡିଆର ଦୁଇ ବରିଷ୍ଠ ଖେଳାଳି ଆହତ କାରଣରୁ ଦ୍ୱିତୀୟ ମ୍ୟାଚରୁ ବାଦ୍ ପଡିଛନ୍ତି । ସୂଚନା ଅନୁଯାୟୀ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଦ୍ଵିତୀୟ ମ୍ୟାଚ୍ରେ ଖେଳି ପାରିବେ ନାହିଁ ।
ଦୁଇ ଖେଳାଳି ୨ୟ ଟେଷ୍ଟରୁ ବାଦ ପଡିଛନ୍ତି ବୋଲି ବିସିସିଆଇ ଏକ୍ସ ଜରିଆରେ ସୂଚନା ଦେଇଛି । ଦ୍ୱିତୀୟ ମ୍ୟାଚ୍ ପାଇଁ ଚୟନକର୍ତ୍ତାମାନେ ୱାଶିଂଟନ୍ ସୁନ୍ଦର, ସର୍ଫରାଜ ଖାନ୍ ଏବଂ ସୌରଭ କୁମାରଙ୍କୁ ଦଳରେ ସାମିଲ କରିଛନ୍ତି। ଡୋମେସ୍ଟିକ ମ୍ୟାଚରେ ଏହି ୩ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି । ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଖେଳାଯାଉଥିବା ଅନଅଫିସିଆଲ ଟେଷ୍ଟ ସିରିଜରେ ସରଫରାଜ ଖାନ ଏକ ଶତକ ହାସଲ କରିଥିବାବେଳେ ସୋରଭ ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ନେଇଥିଲେ । ଦୀର୍ଘ ଦିନର ଅପେକ୍ଷା ପରେ ସର୍ଫରାଜ ଖାନ୍ ଙ୍କୁ ଦଳରେ ସ୍ଥାନ ମିଳିଛି ।
ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତ ଇଂଲଣ୍ଡ ଉପରେ ଭାରି ପଡ଼ିଥିଲେ ମଧ୍ୟ ଇଂଲଣ୍ଡଠାରୁ ଜିତିବାରେ ଅସଫଳ ହୋଇଥିଲା । ୨ୟ ଟେଷ୍ଟ ମ୍ୟାଚରେ ଭାରତ ପୁଣି ଇଂଲଣ୍ଡ କଡା ଟକ୍କର ଦେବା ବୋଲି ଆଶା ରଖିଛନ୍ତି କ୍ରୀଡ଼ାପ୍ରେମୀ । ୨ୟ ଟେଷ୍ଟ ୨ ଫେବୃଆରୀରୁ ବିଶାଖାପାଟନମ୍ ରେ ଖେଳାଯିବ ।
ଅଧିକ ପଢନ୍ତୁ : ବାଜବଲ କ୍ରିକେଟକୁ ନେଇ ମନ୍ତବ୍ୟ ରଖିଲେ ରାହୁଲ ଦ୍ରାବିଡ଼