କ୍ରିକେଟ ମ୍ୟାଚରେ ଟେଷ୍ଟକୁ ବେଷ୍ଟ ଫର୍ମାଟ ବୋଲି ମନେ କରାଯାଏ । ଯେଉଁଠି ଉଭୟ ଦଳକୁ ଧର୍ଯ୍ୟର ସହ ବ୍ୟାଟିଂ ଏବଂ ବୋଲିଂ କରିବାକୁ ପଡିଥାଏ । କିନ୍ତୁ ବାଜବଲ କ୍ରିକେଟରେ ଆଟକିଙ୍ଗ ଖେଳିବାକୁ ପସନ୍ଦ କରଯାଏ । ଯାହାର ଚର୍ଚ୍ଚା ପୁଣି ଶୁଣିବାକୁ ମିଳିଛି । ଭାରତ ଓ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ ପୂର୍ବରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଭାରତର ହେଡ଼ କୋଚ ରାହୁଲ ଦ୍ରାବିଡ଼ ବାଜବଲ କ୍ରିକେଟ ବିଷୟରେ କହିଛନ୍ତି । ତେବେ ଆସନ୍ତୁ ଜାଣିବା ବାଜବଲ କ୍ରିକେଟ କଣ ଏବଂ ଏହାର ପ୍ରଭାବ ଭାରତ ଉପରେ ପଡିବ ନା ନାହିଁ ।
ବାଜ ହେଉଛି ନିଉଜିଲାଣ୍ଡର ପୂର୍ବତନ କ୍ରିକେଟର ବ୍ରେଣ୍ଡନ ମାକାଲମଙ୍କ ଡାକ ନାଁ(ନିକ୍ ନେମ) । ସବୁ ଫର୍ମାଟରେ ବ୍ରାଣ୍ଡନ ମାକାଲମଙ୍କ ଆଟକିଙ୍ଗ ବ୍ୟାଟିଂ ଶୈଳୀ ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସିଥାଏ । ଟେଷ୍ଟ ହେଉ କିମ୍ବା ଟି-୨୦ ସବୁ ଫର୍ମାଟରେ ଆଟକିଙ୍ଗ ବ୍ୟାଟିଂର ପ୍ରଦର୍ଶନ କରିଥାନ୍ତି ମାକଲାମ । ଯାହାର ପରିଣାମ ଅନେକ ସମୟରେ ଟିମ ପକ୍ଷରେ ଯାଇଥାଏ । ଆଉ ଆଇପିଏଲର ପ୍ରଥମ ମ୍ୟାଚରେ ମଧ୍ୟ ମାକାଲମ ସମାନ ଅନ୍ଦାଜରେ ବ୍ୟାଟିଂ କରି ୭୩ ବଲରେ ୧୫୮ ରନ ସଂଗ୍ରହ କରିଥିଲେ । କ୍ରିକେଟ ଫର୍ମାଟରୁ ଅବସର ନେବା ପରେ ମାକାଲମ ଯେତେବେଳେ ଇଂଲଣ୍ଡ ଦଳର ହେଡ଼ କୋଚ ଭାବେ ଯୋଗ ଦେଲେ ସେତେବେଳେ ଇଂଲଣ୍ଡ ଆଟକିଙ୍ଗ ଖେଳିବା ଆରମ୍ଭ କଲା । ବିଶେଷ କରି ଟେଷ୍ଟ ମ୍ୟାଚ ଗୁଡିକରେ । ଯାହାର ଫଳ ସ୍ୱରୂପ ପ୍ରତେକ ଟେଷ୍ଟ ମ୍ୟାଚର ରେସଲ୍ଟ ବାହାରିଲା । ଯାହା ଫ୍ୟାନ୍ସ ମାନଙ୍କ ପାଇଁ ମଧ୍ୟ ବେଶ ରୋମାଞ୍ଚକର ଥିଲା । ଟେଷ୍ଟ ମ୍ୟାଚରେ ଫ୍ୟାନ୍ସ ମାନଙ୍କୁ ଇଂଟରେଷ୍ଟ ବଢ଼ିବାରେ ଲାଗିଲା ଏବଂ ଦର୍ଶକ ବାଜବଲ କ୍ରିକେଟକୁ ଭଲପାଇବାକୁ ଲାଗିଲେ । ବର୍ତ୍ତମାନ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚରେ ମଧ୍ୟ ସମାନ ଅନ୍ଦାଜରେ ଖେଳିବେ ବୋଲି ଆଶା ରଖିଛନ୍ତି କ୍ରିକେଟ ଫ୍ୟାନ୍ସ । ତେବେ କହିରଖିବାକୁ ଚାହିଁବୁ କି ୨୫ ତାରିଖରୁ ଭାରତ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ଭାରତର ହେଡ଼ କୋଚ ରାହୁଲ ଦ୍ରାବିଡ଼ ବଡ ବୟାନ ରଖିଛନ୍ତି । ସେ କହିଛନ୍ତି ଇଂଲଣ୍ଡର ବାଜବଲ ଶୈଳୀକୁ ଭାରତୀୟ ଖେଳାଳିମାନେ ଖାତିର କରନ୍ତି ନାହିଁ । କିନ୍ତୁ ଏହି ଟେଷ୍ଟ ଶୃଙ୍ଖଳାରେ ଭାରତୀୟ ଦଳ ଆଶାଠୁ ଅଧିକ ଭଲ ପ୍ରଦର୍ଶନ କରିବ ବୋଲି ଦ୍ରାବିଡ଼ କହିଛନ୍ତି ।
ଅଧିକ ପଢ଼ନ୍ତୁ : ଆଇସିସି ଦିନିକିଆ ୨୦୨୩ ର ଶ୍ରେଷ୍ଠ ଖେଳାଳି ଦଳରେ ଅଧିନାୟକ ରୋହିତ ଶର୍ମା