ପାଞ୍ଚ ଥର ଆଇପିଏଲ ବିଜେତା ମୁମ୍ବାଇ ଇଂଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ବନାଇଲା ସର୍ବାଧିକ ରନର ରେକର୍ଡ । ୨୦ ଓଭର ଶେଷ ସୁଦ୍ଧା ୩ ଟି ୱିକେଟ୍ ହରାଇ ୨୭୮ ରନର ବଡ ଟାର୍ଗେଟ ରଖିଥିଲା ହାଇଦ୍ରାବାଦ । ବଡ ଲକ୍ଷ୍ୟକୁ ପିଛା କରି ୩୧ ରନରେ ମ୍ୟାଚ ହାରିଛି ମୁମ୍ବାଇ ଇଂଡିଆନ୍ସ । ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ସବୁ ଖେଳାଳି ଉତ୍ତମ ପ୍ରଦର୍ଶନ କରିଥିଲେ ମଧ୍ୟ ଅଭିଷେକ ଶର୍ମାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ କରାଯାଇଛି ।
ଟସ ଜିତି ବୋଲିଂର ନିଷ୍ପତି ନେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏହା ପରେ ହାଇଦ୍ରାବାଦର ବ୍ୟାଟ୍ସମ୍ୟାନ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଟ୍ରାଭିସ ହେଡ ୨୪ ବଲରେ ୬୨ ରନ କରିଥିଲାବେଳେ ଅଭିଷେକ ଶର୍ମା ୨୩ ବଲରେ ୬୩ ରନ ମାର୍କରମ ୨୮ ବଲରେ ୪୨ ରନ ଏବଂ କ୍ଲାସେନ ୩୪ ବଲରେ ୮୦ ରନ ସଂଗ୍ରହ କରିଥିଲେ । ଦ୍ଵିତୀୟ ଇନିଂସରେ ରୋହିତ ଶର୍ମା ୧୨ ବଲରେ ୨୬, ଈଶାନ କିଷାନ ୧୩ ବଲରେ ୩୪, ନମନ ଧୀର ୧୪ ବଲରେ ୩୦, ତିଲକ ବର୍ମା ୩୪ ବଲରେ ୬୪, ଟିମ ଡେଭିଡ ୨୨ ବଲ ୪୨, ରୋମାରିଓ ସେଫାର୍ଡ ୬ ବଲରେ ୧୫ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨୦ ବଲରେ ୨୪ ରନ ସଂଗ୍ରହ କରିଥିଲେ । ମୁମ୍ବାଇ ଇଂଡିଆନ୍ସ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ମଧ୍ୟ ମ୍ୟାଚ ଜିତିବାରେ ଅସଫଳ ହୋଇଥିଲେ ।
ଅଧିକ ପଢନ୍ତୁ : ଘରୋଇ ଗ୍ରାଉଣ୍ଡରେ ବିଜୟ ହାସଲ କଲା ଚେନ୍ନାଇ ସୁପର କିଙ୍ଗ୍ସ