ଚେନ୍ନାଇ ସୁପର କିଙ୍ଗ୍ସ ଘରୋଇ ଗ୍ରାଉଣ୍ଡରେ ବିଜୟ ହାସଲ କରିବା ସହ ଆଇପିଏଲ ୨୦୨୪ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର କରିଛି । ମଙ୍ଗଳବାର ଆଇପିଏଲ ୨୦୨୪ ର ସପ୍ତମ ମ୍ୟାଚରେ ଋତୁରାଜ ଗାଇକୱାଡଙ୍କ ନେତୃତ୍ୱାଧୀନ ସିଏସକେ ଗୁଜୁରାଟ ଟାଇଟାନ୍ସକୁ ୬୩ ରନ ବ୍ୟବଧାନରେ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ସିଏସକେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୬ ରନ ସ୍କୋର କରିଥିଲା। ଏହାର ଜବାବରେ ଗୁଜୁରାଟ ଟାଇଟାନ୍ସ ୨୦ ଓଭରରେ ୮ ୱିକେଟ୍ ହରାଇବା ପରେ ୧୪୩ ରନ ସ୍କୋର କରିଥିଲା। ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇର ଏହା କ୍ରମାଗତ ଦ୍ୱିତୀୟ ବିଜୟ ଏବଂ ଏହା ସହ ଟେବୁଲ ଟପ୍ପର ମଧ୍ୟ ହୋଇଛି ।
ଚେନ୍ନାଇ ପକ୍ଷରୁ ଆଟାକିଙ୍ଗ ବ୍ୟାଟିଂ ଦେଖିବାକୁ ମିଳିଥିଲା । ରଚିନ ରବୀନ୍ଦ୍ର ଏବଂ ଋତୁରାଜ ଗାଇକୱାଡ ଦ୍ରୁତ ଆରମ୍ଭ କରିଥିଲେ । ଋତୁରାଜ ଗାଇକୱାଡ ୩୬ ବଲରେ ୪୬ ରନ କରିଥିବାବେଳେ ରଚିନ ୨୦ ବଲରେ ୪୬ ରନ ସଂଗ୍ରହ କରିଥିଲେ । ପରେ ଶିବମ ଦୁବେଙ୍କ ୨୩ ବଲରେ ୫୧ ରନର ପାରି ଚେନ୍ନାଇକୁ ୨୦୬ ରନରେ ପହଞ୍ଚିବାରେ ସାହାଯ୍ୟ କରିଥିଲା । ଚେନ୍ନାଇ ବୋଲର ମଧ୍ୟ ସୁନ୍ଦର ବୋଲିଂର ପ୍ରଦର୍ଶନ କରିଥିଲେ । ଦୀପକ ଚହର ୨ଟି, ମୁସ୍ତଫିଜୁର ରେହମାନ ୨ଟି , ତୁଷାର ଦେଶପାଣ୍ଡେ ୨ଟି, ଦ୍ଵାରିଲ ମିଚିଲ ଗୋଟିଏ ଏବଂ ପଥିରାନା ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ । ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ ହେତୁ ଶିବମ ଦୁବେଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଥଲା ।
ଅଧିକ ପଢନ୍ତୁ : ନଭେମ୍ବରରୁ ଆରମ୍ଭ ହେବ ବର୍ଡ଼ର-ଗାଭାସ୍କର ଟ୍ରଫି