ନଭେମ୍ବର ୨୦୨୪ ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ, ଯାହାର ସମ୍ପୂର୍ଣ୍ଣ ଖେଳସୂଚୀ କ୍ରିକେଟ୍ ଅଷ୍ଟ୍ରେଲିଆ ଦ୍ୱାରା ପ୍ରକାଶ ପାଇଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ୨୨ ନଭେମ୍ବରରେ ପର୍ଥରେ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟ୍ରଫି ଜିତିବାକୁ ଚେଷ୍ଟା କରିବ। ଆସନ୍ତୁ ଜାଣିବା ବର୍ଡ଼ର ଗାଭାସ୍କର ଟ୍ରଫିର ସମ୍ପୂର୍ଣ୍ଣ ଖେଳସୂଚୀ ।
ପ୍ରଥମ ଟେଷ୍ଟ: ୨୨–୨୬ ନଭେମ୍ବର: ପର୍ଥ ଷ୍ଟାଡିୟମ୍, ପର୍ଥ
ଦ୍ୱିତୀୟ ଟେଷ୍ଟ: ୬-୧୦ ଡିସେମ୍ବର: ଆଡିଲେଡ୍ ଓଭାଲ୍, ଆଡିଲେଡ୍ (ଡେ - ନାଇଟ ଟେଷ୍ଟ)
ତୃତୀୟ ଟେଷ୍ଟ: ୧୪-୧୮ ଡିସେମ୍ବର: ଗାବା, ବ୍ରିସବେନ୍
ଚତୁର୍ଥ ଟେଷ୍ଟ: ୨୬-୩୦ ଡିସେମ୍ବର: ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ, ମେଲବର୍ଣ୍ଣ
ପଞ୍ଚମ ଟେଷ୍ଟ: ୩-୭ ଜାନୁଆରୀ: ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ, ସିଡନୀ
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡ଼ର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ୨୦୨୪ ରେ ଚାରୋଟି ନୁହେଁ ବରଂ ପାଞ୍ଚଟି ମ୍ୟାଚ ଖେଳାଯିବ । ୩୨ ବର୍ଷ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚଟି ଟେଷ୍ଟ ମ୍ୟାଚ ଖେଳାଯିବ । ଶେଷ ଥର ପାଇଁ ୧୯୯୧–୯୨ ମସିହାରେ ଏକ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଇଥିଲା । ସେହି ସମୟରେ ଆୟୋଜକ ଅଷ୍ଟ୍ରେଲିଆ ସିରିଜକୁ ୪-୧ରେ ଜିତିଥିଲା। ସିରିଜର ସିଡନୀ ଟେଷ୍ଟରେ ରବି ଶାସ୍ତ୍ରୀ ଏକ ଶତକ ହାସଲ କରିଥିଲେ ଏବଂ ପର୍ଥରେ ସଚିନ ତେନ୍ଦୁଲକର ୧୧୪ ରନର ଚମତ୍କାର ଇନିଂସ ଖେଳିଥିଲେ। ଆଇପିଏଲ ଏବଂ ୨୦୨୪ ଟି-୨୦ ବିଶ୍ୱକପ ପରେ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ନଜର ଏହି ଟେଷ୍ଟ ସିରିଜ ଉପରେ ରହିବ ।
ଅଧିକ ପଢନ୍ତୁ : ଆଇପିଏଲ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ