ଏସିଆ କପର ଫାଇନାଲରେ ଶ୍ରୀଲଙ୍କା ଟସ୍ ଜିତି ବ୍ୟାଟିଙ୍ଗର ନିର୍ଣ୍ଣୟ ନେଇଛି । ଫାଇନାଲରେ ବର୍ଷାର ସମ୍ଭାବନା ଥିଲେ ମଧ୍ୟ ବର୍ଷା ନଥିବାରୁ ଖେଳ ଆରମ୍ଭ ହୋଇଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ବ୍ୟାଟିଙ୍ଗ କରିବାକୁ ଚାହୁଁଥିଲେ କିନ୍ତୁ ଭଲ ପ୍ରଦର୍ଶନ କରିବାକୁ ଲଖ୍ୟ ରଖିଛନ୍ତି ବୋଲି ଟସ୍ ବେଳେ ସୂଚନା ଦେଇଛନ୍ତି । ଶ୍ରୀଲଙ୍କା ଦଳରେ ଗୋଟିଏ ପରିବର୍ତ୍ତନ କରିଛି, ଆହତ ମହେଶ ତୀକ୍ଷଣାଙ୍କ ଜାଗାରେ ଦୁସନ ହେମନ୍ତ ସ୍ଥାନ ପାଇଛନ୍ତି । ଭାରତୀୟ ଦଳରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି,ଆହତ ଅକ୍ସର ପଟେଲଙ୍କ ସ୍ଥାନରେ ୱାସିଂଟନ ସୁନ୍ଦର ସ୍ଥାନ ପାଇଛନ୍ତି ।
ଭାରତୀୟ ଦଳରେ - ରୋହିତ ଶର୍ମା, ଶୁବମାନ ଗିଲ , ବିରାଟ କୋହଲି , କେଏଲ ରାହୁଲ , ଈଶାନ କିଷାନ, ହାର୍ଦିକ ପାଣ୍ଡ୍ୟା , ରବୀନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର, ଯଶପ୍ରୀତ ବୁମରା , କୁଲଦୀପ ଯାଦବ , ମହମଦ ଶିରାଜ
ଶ୍ରୀଲଙ୍କା ଦଳରେ - ପଥୁମ ନିସଙ୍କା, କୁଶଲ ପେରେରା, କୁଶଲ ମେଁଡିସ, ସଦୀର ସମାରବିକ୍ରମା, ଚରିଥ ଆସଲଙ୍କା, ଧନଞ୍ଜୟ ଡି ସିଲଭା, ଦଶୁନ ଶନକା , ଦୁନିଥ ବାଲାଲାଗେ, ଦୂଷଣ ହେମନ୍ତ, ପ୍ରମୋଦ ମଧୁଶାନ, ମାଥିସ ପଥିରାନା
ଅଧିକ ପଢନ୍ତୁ,ଶ୍ରୀଲଙ୍କାଠୁ ହାରିବା ପରେ ବାବର ଆଜାମ ଏବଂ ଶାହିନ ଶାହା ଆଫ୍ରିଦିଙ୍କ ମଧ୍ୟରେ ଯୁକ୍ତିତର୍କ