ଏସିଆ କପ୍ରୁ ଶ୍ରୀଲଙ୍କାଠୁ ହାରିବା ପରେ ଅଧିନାୟକ ବାବର ଆଜାମ ଏବଂ ଶାହିନ ଶାହା ଆଫ୍ରିଦିଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ବାବର ଆଜମ ଏବଂ ଶାହିନ ଆଫ୍ରିଦିଙ୍କ ମଧ୍ୟରେ ଡ୍ରେସିଂ ରୁମରେ ଯୁକ୍ତିତର୍କ ହୋଇଥିଲା। ଯାହାକୁ ନେଇ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ମହମ୍ମଦ ୱାସିମ କହିଛନ୍ତି ଯେ ଏଭଳି ଖବର ବାହାରକୁ ଆସିବା ଉଚିତ ନୁହେଁ। ଏହା ବ୍ୟତୀତ ସେ କହିଛନ୍ତି ଖରାପ ପ୍ରଦର୍ଶନକୁ ନେଇ ଅସନ୍ତୋଷ ପ୍ରକାଶ କରିବାର ଅଧିକାର ଅଧିନାୟକଙ୍କ ପାଖରେ ଅଛି ।
ବାସ୍ତବରେ ପାକିସ୍ତାନ ଦଳ ଏସିଆ କପ୍କୁ ଏକ ନମ୍ବର ଦଳ ଭାବରେ ଆସିଥିଲା କିନ୍ତୁ ସେମାନଙ୍କ ପ୍ରଦର୍ଶନ ସମାନ ନଥିଲା। ଦଳକୁ ୨୨୮ ରନରେ ଭାରତ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ପରେ ପାକିସ୍ତାନୀ ଦଳ ମଧ୍ୟ ଶ୍ରୀଲଙ୍କାଠୁ ହାରି ଏସିଆ କପରୁ ବାଦ ପଡିଥିଲା। ଏହି କାରଣରୁ ବାବର ଆଜମଙ୍କୁ କଠୋର ଟାର୍ଗେଟ କରାଯାଉଛି। ଏଥି ସହ ପାକିସ୍ତାନ ଦଳରେ ମତଭେଦ ଖବର ମଧ୍ୟ ସାମ୍ନାକୁ ଆସୁଛି। ଖବର ଅନୁଯାୟୀ, ବାବର ଆଜାମ ଏବଂ ଦଳର ଫାଷ୍ଟ ବୋଲର ଶାହିନ ଆଫ୍ରିଦିଙ୍କ ମଧ୍ୟରେ ଡ୍ରେସିଂ ରୁମରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ପାକିସ୍ତାନ ଅଧିନାୟକ କହିଛନ୍ତି ଯେ କିଛି ଖେଳାଳି ନିଜକୁ ସୁପରଷ୍ଟାର ବୋଲି ଭାବନ୍ତି ଏବଂ ଶାହିନ୍ ଆଫ୍ରିଦି ଏହାକୁ ପସନ୍ଦ କରନ୍ତି ନାହିଁ । ଏବେ ବିଶ୍ୱକପ୍ ଆଗକୁ ଥିବାବେଳେ କେଉଁ ଖେଳାଳିଙ୍କୁ ଚୟନ କରାଯିବ ତାହା ଏସିଆ କପ୍ ରେ ଖେଳାଳିଙ୍କ ପ୍ରଦର୍ଶନକୁ ଦେଖି କରାଯିବ ବୋଲି ପିସିବି ମୂଖ୍ୟ ଜାକା ଆସରାଫ ସୂଚନା ଦେଇଛନ୍ତି ଏବଂ ଏ ନେଇ ସେ ଏକ କମିଟି ପ୍ରସ୍ତୁତ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ,ଫାଇନାଲରେ ଭାରତ ଏବଂ ଶ୍ରୀଲଙ୍କା, ବର୍ଷା ସାଜିପାରେ ବାଧକ