ବିରାଟ କୋହଲି ଓ ଷ୍ଟିଭ୍ ସ୍ମିଥଙ୍କ ମଧ୍ୟରୁ କିଏ ବଡ଼ ଖେଳାଳି ? ଏମିତି ଜବାବ ଦେଲେ ସଚିନ
Khabar Odisha:sports--cricket--odisha-sachin-tendulkar-do-not-like-comparison-between-virat-kohli-and-steve-smith
ସିଡନୀ, ଫେବୃଆରୀ୦୭(ଖବର ଓଡ଼ିଶା):

 ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର ବିରାଟ କୋହଲି ଓ ଷ୍ଟିଭ୍ ସ୍ମିଥଙ୍କ ବ୍ୟାଟିଂ ଶୈଳୀକୁ ବହୁତ ପସନ୍ଦ କରନ୍ତି ମାତ୍ର ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ତୂଳନାକୁ କଦାପି ପସନ୍ଦ କରନ୍ତି ନାହିଁ। ସଚିନ ଶୁକ୍ରବାର କହିଛନ୍ତି ଯେ, ଦୁଇ ବ୍ୟାଟସମ୍ୟାନଙ୍କୁ ବ୍ୟାଟିଂ କରିବା ସମୟରେ ଦେଖିବା ଉପଭୋଗ୍ୟ ହୋଇଥାଏ, ମାତ୍ର ଉଭୟଙ୍କ ମଧ୍ୟରେ ତୂଳନା କରିବାକୁ ସେ ଚାହାନ୍ତି ନାହିଁ। ବୁଶଫାୟର କ୍ରିକେଟ୍ ବ୍ୟାଶ୍ ପାଇଁ ଅଷ୍ଟ୍ରେଲିଆ ପହଞ୍ଚିଥିବା ସଚିନ ଅଷ୍ଟ୍ରେଲିଆ  ବ୍ୟାଟସମ୍ୟାନ ମାର୍ନସ ଲାବୁସାନେ ଜଣେ ଚମତ୍କାର ପ୍ରତିଭା ବୋଲି କହିଛନ୍ତି। 

କ୍ରିକେଟ୍ ଡଟ୍ କମ  ଡଟ୍ ଏଟୁ ସଚିନଙ୍କ ସୂତ୍ରରୁ  କହିଛି ଯେ, ମୁଁ ତୂଳନା କରିବା ପସନ୍ଦ କରିନଥାଏ। ଲୋକେ ମୋର ଏବଂ କିଛି ଖେଳାଳିଙ୍କ ମଧ୍ୟରେ ତୂଳନା କରୁଥିଲେ। ମୋର କହିବା କଥା ଜଣେ ଖେଳାଳିଙ୍କୁ ଖେଳିବା ପାଇଁ ଛାଡ଼ି ଦେବା ଉଚିତ୍। ମୋ ନଜରରେ କୋହଲି ଓ ସ୍ମିଥ ଦମଦାର ବ୍ୟାଟସମ୍ୟାନ ଏବଂ ଉଭୟଙ୍କୁ ଖେଳିବା ସମୟରେ ଦେଖିବା ସୁଖଦ ଅନୁଭବ ମିଳିଥାଏ। ଏହି ଦୁଇ ଖେଳାଳି କ୍ରିକେଟ୍ ପ୍ରେମୀଙ୍କୁ ମନୋରଞ୍ଜନ କରିଥାନ୍ତି। 

ଲାବୁସନେଙ୍କ ଉତ୍କର୍ଷ ଉପରେ ସଚିନ କହିଛନ୍ତି ଯେ, ବିଶେଷ କରି ଟେଷ୍ଟରେ ନିଜର ବ୍ୟାଟିଂରେ ମାର୍ନସ ପ୍ରଭାବିତ କରିଛନ୍ତି। ସଚିନଙ୍କ ମୁତାବକ ମାର୍ନସଙ୍କ ଫୁଟଓ୍ଵର୍କ ବହୁତ ଭଲ ଓ ସେ ଜଣେ ଚମତ୍କାର ଖେଳାଳି। ମୁଁ ଲାବୁସାନେଙ୍କୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲର୍ଡ୍ସ ପଡ଼ିଆରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଦେଖିଥିଲି। ସ୍ମିଥ ଆହତ ହେବାରୁ ତାଙ୍କ ସ୍ଥାନରେ ଲାବୁସନେ ଖେଳିଥିଲେ। ସେ ଜଣେ ସ୍ଵତନ୍ତ୍ର ବ୍ୟାଟସମ୍ୟାନ।

Subscribe

National International State Sports Entertainment