ଦ୍ଵିତୀୟ ମୁକାବିଲା, ଭାରତୀୟ ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ
Khabar Odisha:sports--cricket--odisha-india-vs-west-indies-indian-team-playing-eleven-against-west-indies-for-thiruvananthapuram-t20
ତିରୁଅନନ୍ତପୁରମ, ଡିସେମ୍ବର୦୮(ଖବର ଓଡ଼ିଶା):

ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ କ୍ରିକେଟ୍ ଦଳର ବିଜୟ ଅଭିଯାନ ଜାରି ରହିଛି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ଭାରତ ଓ୍ଵେଷ୍ଟଇଣ୍ଡିଜକୁ ୬ ଓ୍ଵିକେଟରେ ପରାସ୍ତ କରିବା ପରେ ଦଳର ନଜର ଦ୍ଵିତୀୟ ଟି-୨୦ ଉପରେ ରହିଛି। ଏହି ମ୍ୟାଚ୍ ଜିତି ଭାରତ ଶୃଙ୍ଖଳା କବଜା କରିବାକୁ ଲକ୍ଷ୍ୟ ରଖିଛି। ପ୍ରଥମ ମୁକାବିଲାରେ ଦଳ ଦମଦାର ବ୍ୟାଟିଂ କରିଥିଲେ ମଧ୍ୟ ବୋଲିଂ ଓ ଫିଲ୍ଡିଂରେ ଆଶା ମୁତାବକ ପ୍ରଦର୍ଶନ କରି ପାରିନାହିଁ। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ କରିବାର ମଧ୍ୟ ସମ୍ଭାବନା ରହିଛି। ପରିବର୍ତ୍ତନସ୍ଵରୂପ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରାଯାଇପାରେ। 

ଦଳ ଆଜିର ମ୍ୟାଚରେ ଫିଲ୍ଡିଂ ଓ ବୋଲିଂରେ ସୁଧାର କରିବାକୁ ଉଦ୍ୟମ କରିବ। ହାଇଦ୍ରାବାଦରେ ଯାହାର ଫାଇଦା ଉଠାଇ ଭ୍ରମଣକାରୀ ଓ୍ଵେଷ୍ଟଇଣ୍ଡିଜ ୨୦୭ ରନର ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଥିଲା। କିନ୍ତୁ ବିରାଟ କୋହଲି ଓ କେଏଲ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ମ୍ୟାଚକୁ ଜିତି ନେଇଥିଲା।

ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵକପ ଖେଳାଯିବ ଏବଂ ଭାରତୀୟ ଦଳର ସବୁଠୁ ବଡ଼ ସମସ୍ୟା ଓ୍ଵିକେଟ୍ କିପିଂକୁ ନେଇ ରହିଛି। ଗତ କିଛି ସମୟରୁ ପନ୍ତ ବ୍ୟାଟିଂରେ ଆଶାନୁରୂପ ପ୍ରଦର୍ଶନ କରି ପାରୁନାହାନ୍ତି। ଏହା ସହିତ ଓ୍ଵିକେଟ୍ କିପିଂରେ ମଧ୍ୟ ନିରାଶ କରିଛନ୍ତି। ଏମିତିରେ ଆଶା କରାଯାଉଛି ଯେ, ଦ୍ଵିତୀୟ ମ୍ୟାଚରେ ଋଷଭ ପନ୍ତଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଦଳରେ ସୁଯୋଗ ଦିଆଯାଇପାରେ। ଏହାର କାରଣ ତିରୁଅନନ୍ତପୁରମ ସଞ୍ଜୁଙ୍କ ଘରୋଇ ପଡ଼ିଆ। ଏଠାକାର ପିଚ୍ ସହିତ ସେ ବେଶ୍ ପରିଚିତ। 

ଗତ ମ୍ୟାଚରେ ବିରାଟ କୋହଲି ଓ କେଏଲ ରାହୁଲ ବ୍ୟାଟିଂରେ କମାଲ କରିଥିଲେ। ହେଲେ ଦ୍ଵିତୀୟ ମୁକାବିଲାରେ ଦଳ ରୋହିତଙ୍କଠୁ ଅଧିକ ଆଶା ରଖିଛି। ଗତ ମ୍ୟାଚରେ ସେ କେବଳ ୮ ରନ କରିପାରିଥିଲେ।  ମଧ୍ୟ କ୍ରମରେ ବ୍ୟାଟିଂରେ ବିଶେଷ ପରିବର୍ତ୍ତନ ହେବାର ଆଶା ନାହିଁ। ଘରୋଇ ଶୃଙ୍ଖଳାରେ ଶ୍ରେୟସ ଆୟରଙ୍କ ପ୍ରଦର୍ଶନ ଦେଖିଲେ ତାଙ୍କର ଟି-୨୦ ଦଳରେ ସ୍ଥାନ ସୁନିଶ୍ଚିତ ଲାଗୁଛି। ଗତ ମ୍ୟାଚରେ ୪ ରନ କରିଥିଲେ ମଧ୍ୟ ସେ ଜଣେ ବେଶ୍ ପ୍ରତିଭାବାନ ଖେଳାଳି। ଯେବେ ତାଙ୍କ ବ୍ୟାଟ୍ ଚାଲିଥାଏ ତେବେ ତାଙ୍କୁ ଶାନ୍ତ କରିବା ମୁସ୍କିଲ ହୋଇଥାଏ। ଅନ୍ୟପଟେ ଶିବମ ଦୁବେଙ୍କୁ ଆଉ ଏକ ସୁଯୋଗ ଦିଆଯାଇପାର।

ହାଇଦ୍ରାବାଦ ମୁକାବିଲାରେ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ ଦ୍ଵିତୀୟ ମୁକାବିଲାରେ କୌଣସି ପ୍ରକାରର ପରିବର୍ତ୍ତନର ସମ୍ଭାବନା ନାହିଁ। ଦଳର ତିନି ମୁଖ୍ୟ ବୋଲର ଭୁବନେଶ୍ଵର କୁମାର, ୟୁଜବେନ୍ଦ୍ର ଚହଲ ଓ ଦୀପକ ଚହର ଖେଳର ଗତିପଥ କେବେ ବି ପରିବର୍ତ୍ତନ କରି ପାରନ୍ତି। ଗତ ମ୍ୟାଚରେ ଭୁବନେଶ୍ଵରଙ୍କୁ ଓ୍ଵିକେଟ୍ ମିଳିନଥିଲେ ବି ଅନ୍ୟ ବୋଲରଙ୍କ ତୂଳନାରେ ସେ କମ୍ ରନ ଦେଇଥିଲେ। ଭୁବନେଶ୍ଵରଙ୍କ ପରେ ୟୁଜବେନ୍ଦ୍ର ଚହଲ  ମଧ୍ୟ ଆଶା ମୁତାବକ ପ୍ରଦର୍ଶନ କରିଥିଲେ। ଦୀପକ ଚହରଙ୍କ ନିକଟ ଦିନର ପ୍ରଦର୍ଶନକୁ ଦେଖିଲେ ତାଙ୍କ ସ୍ଥାନ ଦଳରେ ସୁନିଶ୍ଚିତ ଲାଗୁଛି।

ସମ୍ଭାବିତ ଦଳ 

ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ/ସଞ୍ଜୁ ସାମସନ, ଶିବମ ଦୁବେ, ଓ୍ଵାଂଶିଟନ ସୁନ୍ଦର, ରବିନ୍ଦ୍ର ଜାଡ଼େଜା, ଦୀପକ ଚହର, ଭୁବନେଶ୍ଵର କୁମାର, ୟୁଜବେନ୍ଦ୍ର ଚହଲ।

Subscribe

National International State Sports Entertainment