ପଞ୍ଚମ ଟାଇଟଲ୍ ପାଇଁ କାଲି ପଡ଼ିଆକୁ ଓହ୍ଲାଇବ ଭାରତ, ବାଂଲାଦେଶ ଦେଇପାରେ କଡ଼ା ଟକ୍କର
Khabar Odisha:sports--cricket--odisha--india-vs-bangladesh-under-19-world-cup-final-match-preview
ନୂଆଦିଲ୍ଲୀ, ଫେବୃଆରୀ୦୮(ଖବର ଓଡ଼ିଶା):

 ଡିଫେଣ୍ଡିଂ ଚମ୍ପିଆନ ଭାରତ ଓ ବାଂଲାଦେଶ ମଧ୍ୟରେ ରବିବାର ଆଇସିସି  ୧୯ ବର୍ଷରୁ କମ୍ ଫାଇନାଲ ମୁକାବିଲା ଖେଳାଯିବ। ପ୍ରିୟମ ଗର୍ଗଙ୍କ ନେତୃତ୍ଵାଧୀନ ଭାରତ ପଞ୍ଚମ ଟାଇଟଲ୍ ହାସଲ ଲକ୍ଷ୍ୟ ନେଇ ଆସନ୍ତାକାଲି ପଡ଼ିଆକୁ ଓହ୍ଲାଇବ। ଅନ୍ୟପଟେ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ପ୍ରଥମ ଥର ଫାଇନାଲ ପହଞ୍ଚିଥିବା ବାଂଲାଦେଶ ପ୍ରଥମ ଟାଇଟଲ୍ ଜିତିବାକୁ ଲକ୍ଷ୍ୟ ରଖିଛି। ଭାରତ ବିଶ୍ଵ କପରେ ଅଦ୍ୟାବଧି ସବୁ ମ୍ୟାଚରେ ଏକତରଫା ବିଜୟ ହାସଲ କରିଛି। ମାତ୍ର ଫାଇନାଲରେ ଦଳ ଯେଉଁ ଦଳକୁ ଭେଟିବ୍ ସେହି ଦଳ ଓଲଟ ପାଲଟ କରିବାରେ ମାହିର। ଏଥିପାଇଁ ଭାରତ ଏହି ଦଳକୁ  ହାଲୁକାରେ ନେବ ନାହିଁ।

ଭାରତୀୟ ୧୯ ବର୍ଷରୁ କମ୍ ଦଳ ଏ ପର୍ଯ୍ୟନ୍ତ ଯେଉଁ ଧରଣର ଖେଳ ଦେଖାଇଛି, ସେଥିରୁ ସ୍ପଷ୍ଟ ଜଣା ପଡ଼ୁଛି ଯେ ଦଳ ସବୁ ବିଭାଗରେ ଉଚ୍ଚ ପ୍ରଦର୍ଶନ କରିବାର ଦକ୍ଷତା ରଖିଛି। ବ୍ୟାଟିଂରେ ଯଶସ୍ଵୀ ଜୟସ୍ଵାଲ ଦମଦାର ପ୍ରଦର୍ଶନ କରି ତିନି ଅର୍ଦ୍ଧଶତକ ଓ ଗୋଟିଏ ଶତକ ସହିତ ଟୂର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ହୋଇଛନ୍ତି। ବାମହାତୀ ଏହି ବ୍ୟାଟସମ୍ୟାନ ଅଦ୍ୟାବଧି ୩୧୨ ରନ କରିଛନ୍ତି। ସେମି ଫାଇନାଲରେ ଜୟସ୍ଵାଲଙ୍କ ଅପରାଜିତ ଶତକ ବଳରେ ଭାରତ ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ଏକତରଫା ୧୦ ଓ୍ଵିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ବୋଲିଂରେ କାର୍ତ୍ତିକ ତ୍ୟାଗୀ, ସୁଶାନ୍ତ ମିଶ୍ର, ରବି ବିସ୍ନୋଇ ଓ ଅଥର୍ବ ଅଙ୍କୋଲେକର କ୍ରମାଗତ ଭଲ ପ୍ରଦର୍ଶନ କରୁଛନ୍ତି। ଏଥିରେ କାର୍ତ୍ତିକଙ୍କ ବୋଲିଂ ଭାରତ ପାଇଁ ସବୁଠୁ ଆଶ୍ଵସ୍ତି କର ରହିଛି। 

ବାଂଲାଦେଶ ଆତ୍ମ ବିଶ୍ଵାସ ସହିତ ଟୂର୍ଣ୍ଣାମେଣ୍ଟରେ ପ୍ରବେଶ କରିଥିଲା ଏବଂ ଫାଇନାଲରେ ମଧ୍ୟ ତାକୁ ବଜାୟ ରଖିବାକୁ ଦଳ ଚେଷ୍ଟା କରିବ। ବିଶ୍ଵ କପ୍ ପୂର୍ବରୁ ଦଳର ଅଧିନାୟକ ଅକବର ଅଲୀ କହିଥିଲେ ଯେ, ତାଙ୍କ ଦଳ ବିଶ୍ଵ ବିଜେତା ହୋଇପାରିବ ଏବଂ ଏବେ ସେ ଏହା କରିବାକୁ କେବଳ ଗୋଟିଏ ପାଦ ଦୂରରେ ଅଛନ୍ତି। ମହାମୁଦୁଲ ହସନ ଜୟ ଶତକ  ହାସଲ କରି ଦଳକୁ ଫାଇନାଲରେ ପ୍ରବେଶ କରାଇଥିଲେ। ଭାରତ ପରି ଶକ୍ତିଶାଳୀ ଦଳ ସାମ୍ନାରେ କେଉଁ ଭଳି ବାଂଲାଦେଶ  ପ୍ରଦର୍ଶନ କରିବ ତାହା ଭିଲୋମୋରେ ପାର୍କରେ ହେବାକୁ ଥିବା ଟାଇଟଲ୍ ମୁକାବିଲାରେ ଜଣା ପଡ଼ିବ। 

ସମ୍ଭାବିତ ଦଳ 

ଭାରତ- ପ୍ରିୟମ ବର୍ଗ(ଭାରତ), କାର୍ତ୍ତିକ ତ୍ୟାଗୀ, ଯଶସ୍ଵୀ  ଜୟସଓ୍ଵାଲ, ବିଦ୍ୟାଧର ପାଟିଲ, ତିଳକ ବର୍ମା, ଶୁଭାଙ୍ଗ ହେଗଡ଼େ, ଦିବ୍ୟାଂଶ ସକ୍ସେନା, ରବି ବିସ୍ନୋଇ, ଶାସ୍ଵତ ରାଓ୍ଵତ, ଧ୍ରୁବ ଜୁରେଲ, ସିଦ୍ଦେଶ ବୀର, ଅଥର୍ବ ଅଙ୍କୋଲେକର, ସୁଶାନ୍ତ ମିଶ୍ର, କୁମାର କୁଶାଗ୍ର। 

ବାଂଲାଦେଶ- ଅକବର ଅଲୀ(ଅଧିନାୟକ), ତୌହିତ ହୃଦୟ, ସେରିଫୁଲ ଇସଲାମ, ତଞ୍ଜିଦ ହସନ, ମୃତ୍ୟୁଞ୍ଜୟ ଚୌଧୁରୀ, ରାକିବୁଲ ହସନ, ସହାଦତ ହୁସେନ, ଅଭିଷେକ ଦାସ, ସେରିଫୁଲ ଇସଲାମ, ତଞ୍ଜିଦ ହସନ, ମୃତ୍ୟୁଞ୍ଜୟ ଚୌଧୁରୀ, ରାକିବୁଲ୍ ହସନ, ସହାଦତ ହୁସେନ, ସମିମ  ହୁସେନ, ଅଭିଷେକ ଦାସ, ମହାମୁଦୁଲ ହସନ ଜୟ, ପ୍ରାନ୍ତିକ ନବରୋସେ ନବିଲ, ପରଭେଜ୍ ହୁସେନ, ତଞ୍ଜିମ ହସନ ସାକିବ, ସାହିନ ଆଲମ, ହସନ ମୁରାଦ।

Subscribe

National International State Sports Entertainment