ରାଞ୍ଚି ଟେଷ୍ଟରେ ଦ୍ଵିଶତକ. ସଚିନ-ସେହ୍ଵାଗଙ୍କ ରେକର୍ଡର ସମକକ୍ଷ କଲେ ରୋହିତ
Khabar Odisha:sports--cricket--odisha--ind-vs-sa-rohit-sharma-become-4th-batsman-to-score-double-century-in-test-and-odi
ରାଞ୍ଚି,ଅକ୍ଟୋବର୨୦(ଖବର ଓଡ଼ିଶା):

ଓପନର ରୋହିତ ଶର୍ମା ରାଞ୍ଚିରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଦ୍ଵିଶତକ ଅର୍ଜନ କରିଛନ୍ତି। ଟେଷ୍ଟ କ୍ୟାରିୟରରେ ଏହା ହେଉଛି ତାଙ୍କର ପ୍ରଥମ ଦ୍ଵିଶତକ। ସେ ଛକା ଜରିଆରେ ଶତକ ପୂରଣ କରିଥିବା ବେଳେ ପୁଣି ଛକା ମାରି ଦ୍ଵିଶତକ ପୂରଣ କରିଥିଲେ। ରାବାଡ଼ାଙ୍କ ବଲରେ ଆଉଟ୍ ହେବା ପୂର୍ବରୁ ରୋହିତ ୨୫୫ ବଲରୁ ୨୮ ଚୌକା ଓ ୬ ଛକା ଜରିଆରେ ୨୧୨ ରନ କରିଛନ୍ତି। ଟେଷ୍ଟ କ୍ୟାରିୟରରେ ତାଙ୍କର ଏହା ସର୍ବଶ୍ରେଷ୍ଠ ସ୍କୋର।

ଏହି ଦମଦାର ପାଳି ବଳରେ ରୋହିତ ଅନେକ ରେକର୍ଡ କ୍ଲବରେ ସାମିଲ ହୋଇଛନ୍ତି। ତାଙ୍କ ନାମରେ ପୂର୍ବରୁ ଦିନିକିଆରେ ୩ଟି ଦ୍ଵିଶତକ ଥିଲା ଏବଂ ଏବେ ସେ ଟେଷ୍ଟରେ ମଧ୍ୟ ଦ୍ଵିଶତକ ଅର୍ଜନ କରିଛନ୍ତି। ସେ ଭାରତୀୟ ବ୍ୟାଟସମ୍ୟାନଙ୍କ ସେହି ଖାସ୍ ତାଲିକାରେ ସାମିଲ ହୋଇଛନ୍ତି, ଯିଏ ଉଭୟ ଦିନିକିଆ ଓ ଟେଷ୍ଟରେ ଦ୍ଵିଶତକ ମାରିଛନ୍ତି।

ସର୍ବପ୍ରଥମେ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ତାଙ୍କ ପରେ ବୀରେନ୍ଦ୍ର ସେହ୍ଵାଗ ଓ କ୍ରିସ୍ ଗେଲ୍ ଏହି ରେକର୍ଡ କ୍ଲବରେ ସାମିଲ ହୋଇଥିଲେ। ରୋହିତ ଶର୍ମା ଦିନିକିଆ ଓ ଟେଷ୍ଟ ଉଭୟ ଫର୍ମାଟରେ ଦ୍ଵିଶତକ ମାରିବାରେ ଦୁନିଆର ଚତୁର୍ଥ ବ୍ୟାଟସମ୍ୟାନ ଏବଂ ଭାରତର ତୃତୀୟ ବ୍ୟାଟସମ୍ୟାନ। 

ଟେଷ୍ଟ ଓ ଦିନିକିଆରେ ଦ୍ଵିଶତକ ହାସଲକାରୀ ବ୍ୟାଟସମ୍ୟାନ

ସଚିନ ତେନ୍ଦୁଲକର

ବୀରେନ୍ଦ୍ର ସେହ୍ଵାଗ

କ୍ରିସ୍ ଗେଲ

ରୋହିତ ଶର୍ମା 

ଦ୍ଵିତୀୟ ଥର ଗୋଟିଏ ଶୃଙ୍ଖଳାରେ ୩ ଦ୍ଵିଶତକ

ଦ୍ଵିତୀୟ ଥର ଭାରତୀୟ ବ୍ୟାଟସମ୍ୟାନ କୌଣସି ଏକ ଟେଷ୍ଟରେ ତିନୋଟି ଦ୍ଵିଶତକ ହାସଲ କରିଛନ୍ତି। ବିଶାଖାପାଟଣା ଟେଷ୍ଟରେ ମୟଙ୍କ ଅଗ୍ରଓ୍ଵାଲ ୨୧୫ ରନ କରିଥିବା ବେଳେ ପୁଣେ ଟେଷ୍ଟରେ ଅଧିନାୟକ ବିରାଟ କୋହଲି ୨୫୪ ରନ କରିଥିଲେ। ଏବେ ରାଞ୍ଚି ଟେଷ୍ଟରେ ରୋହିତ ୨୧୨ ରନ କରିଛନ୍ତି। ଏହା ପୂର୍ବରୁ ୧୯୫୫-୫୬ରେ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଭାରତ ପକ୍ଷରୁ ୩ ଦ୍ଵିଶତକ ଦେଖିବାକୁ ମିଳିଥିଲା। ସେହି ସମୟରେ ଭିନୁ ମଙ୍କଡ଼ ଦୁଇ ଏବଂ ପଲି ଉମ୍ରିଗର ଗୋଟିଏ ଦ୍ଵିଶତକ ହାସଲ କରିଥିଲେ। 

ଶୃଙ୍ଖଳାରେ ୫୦୦ ରନ ଓ ଆଝାରୁଦ୍ଦିନ ପଛରେ

ଏହି ଶୃଙ୍ଖଳାରେ ରୋହିତଙ୍କ ଏହା ତୃତୀୟ ଶତକ। ନିଜର ଦ୍ଵିଶତକ ପାଳି ସମୟରେ ରୋହିତ ଚଳିତ ଶୃଙ୍ଖଳାରେ ୫୨୯ ରନ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଗୋଟିଏ ଟେଷ୍ଟ ଶୃଙ୍ଖଳାରେ ସର୍ବାଧିକ ରନ କରିବାରେ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି।  ସେ ଆଝାରୁଦ୍ଦିନଙ୍କ ୩୮୮ ରନ ରେକର୍ଡକୁ ପଛରେ ପକାଇଛନ୍ତି।

Subscribe

National International State Sports Entertainment