ଦୁବାଇରେ ଚାଲିଥିବା ଆନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନରେ ଓଡିଶାର ପ୍ରମୋଦ ଭଗତଙ୍କୁ ଡବଲ ସ୍ୱର୍ଣ୍ଣ
Khabar Odisha:odisha-para-badminton-star-pramod-bhagat-won-double-gold-at-dubai-para-badminton-turnament

 ଦୁବାଇ,ଏପ୍ରିଲ୫(ଖବର ଓଡିଶା); କରୋନା ମହାମାରି ଜନିତ ବ୍ରେକ ପରେ ଏହା ଥିଲା ପ୍ରମୋଦଙ୍କ ପ୍ରଥମ ଅନ୍ତର୍ଜାତିୟ ଟୁର୍ଣ୍ଣାମେଣ୍ଟ । ଏଥିରେ ସେ ସିଙ୍ଗଲ୍ସ ଓ ଡବଲ୍ସରେ ସ୍ୱର୍ଣ୍ଣ ହାସଲ କରିଥିବା ବେଳେ ମିକ୍ସଡ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ସିଙ୍ଗଲ୍ସ ଫାଇନାଲରେ ସେ ଭାରତର ଅନ୍ୟତମ ପ୍ରତିଯୋଗି ନିତେଶ କୁମାରଙ୍କୁ ୨୧-୧୭ ଓ ୨୧-୧୮ ପଏଣ୍ଟରେ ହରାଇ ସ୍ୱଣ୍ଣିମ ସଫଳତା ହାସଲ କରିଥିଲେ । ଅନ୍ତର୍ଜାତିୟ ସ୍ତରରେ ଏହା ହେଉଛି ପ୍ରମୋଦଙ୍କର ୧୭ତମ ସ୍ୱର୍ଣ୍ଣ ପଦକ । ଡବଲ୍ସ ଫାଇନାଲରେ ସେ ତାଙ୍କର ଯୋଡି ମନୋଜଙ୍କୁ ନେଇ ଭାରତର ଅନ୍ୟ ଏକ ଯୋଡି ସୁକାନ୍ତ କଦମ ଓ ନିତେଶ କୁମାରଙ୍କୁ ୨୧-୧୮ ଓ ୨୧-୧୬ ରେ ପରାସ୍ତ କରିଥିଲେ । ଏହା ସହ ଡବଲ୍ସ କ୍ୟରିୟରର ୧୨ ତମ ସ୍ୱର୍ଣ୍ଣ ସଫଳତା ।

  • Tags:

Subscribe

National International State Sports Entertainment