ବ୍ରାଜିଲର ଫୁଟବଲ ର୍ତାରକା ନେମାର ଚଳିତ ବର୍ଷ ଭାରତରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିପାରନ୍ତି । ତାଙ୍କର ନୂଆ ଟିମ୍ ଅଲ ହିଲାଲ ଏସୀୟ ଚାମ୍ପିଅନ୍ସ ଲିଗରେ ଭାରତୀୟ କ୍ଲବ ମୁମ୍ବାଇ ସିଟି ଏଫସି ବିପକ୍ଷରେ ଖେଳିପାରେ । ଗୁରୁବାର (୨୪ ଅଗଷ୍ଟ) ରେ ଏଫ୍ସି ଚାମ୍ପିଅନ୍ସ ଲିଗର ଗ୍ରୁପ୍ ରାଉଣ୍ଡ ପାଇଁ ଡ୍ର ହୋଇଥିଲା । ଏହି ସମୟରେ ସାଉଦି ଆରବ କ୍ଲବ ଅଲ ହିଲାଲ ସହିତ ମୁମ୍ବାଇ ସିଟି ଏଫସି ଗ୍ରୁପ ଡିରେ ସ୍ଥାନ ପାଇଲା।
ପ୍ରଶଂସକମାନେ ଆଶା କରିଥିଲେ ଯେ ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଭାରତ ଆସିପାରନ୍ତି, କିନ୍ତୁ ତାହା ହୋଇ ନଥିଲା। ଗ୍ରୁପ୍ ଇରେ ଅଛି ରୋନାଲଡୋଙ୍କ ଦଳ ଅଲ୍ ନାସର । ନେମାର ଅଲ ହିଲାଲ କ୍ଲବ ସହିତ ଦୁଇ ବର୍ଷର ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଅଲ ହିଲାଲ ନେମାରଙ୍କୁ ୯୦ ମିଲିୟନ ୟୁରୋ (ପ୍ରାୟ ୮୧୭ କୋଟି ଟଙ୍କା) ରେ ଚୁକ୍ତି ସ୍ଵାକ୍ଷର କରିଛି । ଦୁଇ ବର୍ଷ ପାଇଁ ତାଙ୍କର ଦରମା ହେଉଛି ୩୦୦ ନିୟୁତ ୟୁରୋ (ପ୍ରାୟ ୨୭୨୩ କୋଟି ଟଙ୍କା) । ନେମାର ପୂର୍ବରୁ ଫ୍ରେଞ୍ଚ କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ (ପିଏସଜି) ପାଇଁ ଖେଳୁଥିଲେ।