ଭାରତର ଯୁବରାଜ ସିଂ ଏବଂ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରନ୍ ପୋଲାର୍ଡଙ୍କ ପରେ ନେପାଳର ଦିପେନ୍ଦ୍ର ସିଂ ଆୟରୀ ଏକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଗୋଟିଏ ଓଭରରେ ୬ ଟି ଛକା ମାରିଥିବା ତୃତୀୟ କ୍ରିକେଟର ହୋଇଛନ୍ତି। ଶନିବାର ଅଲ ଅମିରଟରେ କାତାର ବିପକ୍ଷରେ ନେପାଳର ବ୍ୟାଟ୍ସମ୍ୟାନ ଦିପେନ୍ଦ୍ର ସିଂ ଆୟରୀ ଟି-୨୦ ମ୍ୟାଚରେ ଗୋଟିଏ ଓଭରରେ ୬ ଟି ଛକା ମାରିଛନ୍ତି। ଆୟରୀ ୧୫ ଟି ବଲରୁ ୨୮ ରନ ସଂଗ୍ରହ କରିଥିଲେ ଏବଂ ନେପାଳ ୧୭୪ ରନରେ ୭ ଟି ୱିକେଟ୍ ହରାଇଥିଲେ । ଏହା ପରେ ଇନିଂସର ଶେଷ ଓଭର କାମରାନ ଖାନ ଆରମ୍ଭ କରିଥିଲାବେଳେ ଅନ୍ତିମ ଓଭରରେ ୬ ଟି ଛକ୍କା ମାରିଥିଲେ ଆୟରୀ । ଏହା ସହ ଆୟରୀ ବ୍ୟକ୍ତିଗତ ୨୧ ବଲରେ ୬୪ ରନ ସଂଗ୍ରହ କରିବା ସହ ଦଳୀୟ ସ୍କୋର ୨୧୦ ରନରେ ପହଞ୍ଚିଥିଲା ।
୨୦୦୭ ବିଶ୍ୱକପରେ ଡର୍ବାନରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡଙ୍କୁ ଭାରତର ଯୁବରାଜ ସିଂ ୬ଟି ବଲରେ ୬ଟି ଛକ୍କା ମାରିଥିଲେ ଏବଂ ୨୦୨୧ ରେ ଶ୍ରୀଲଙ୍କାର ଅକିଲା ଧନଞ୍ଜୟଙ୍କୁ କିରନ୍ ପୋଲାର୍ଡ ୬ଟି ବଲରେ ୬ଟି ଛକ୍କା ମାରିଥିଲେ ଦକ୍ଷିଣ ଆଫ୍ରିକାର ହର୍ସଲ ଗିବ୍ସ ଏବଂ ଆମେରିକାର ଜାସ୍କାରନ ମାଲହୋତ୍ରା ଏକ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ଏହି ସଫଳତା ହାସଲ କରିଥିବାବେଳେ ଟେଷ୍ଟ କ୍ରିକେଟରେ ଏହି ରେକର୍ଡ କେହି କରିନାହାଁନ୍ତି।
ଅଧିକ ପଢନ୍ତୁ : ଇଣ୍ଡିଆନ୍ ପ୍ରିମିୟର ଲିଗର 'ଏଲ୍ କ୍ଲାସିକୋ' : ମୁମ୍ବାଇ ବନାମ ଚେନ୍ନାଇ