ନୂଆଦିଲ୍ଲୀ: ଦୁଇ ଦୁଇଟି ଅଲିମ୍ପିକ୍ ବିଜେତା ନୀରଜ ଚୋପ୍ରା ପୁଣି ଥରେ ଅନ୍ତର୍ଜାତୀୟ ଇଭେଣ୍ଟରେ ସ୍ୱର୍ଣ୍ଣ ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକାର ପୋଟଚେଫସ୍ଟ୍ରୁମରେ ଖେଳାଯାଇଥିବା ପୋଚ୍ ଇନଭାଇଣ୍ଟେସନାଲ୍ ମିଟ୍ ରେ ସ୍ୱର୍ଣ୍ଣ ଜିତି ୨୦୨୫ରେ ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି ।
ନୀରଜ ୮୪.୫୨ ମିଟର୍ ପର୍ଯ୍ୟନ୍ତ ଜାଭଲିନ୍ ଫିଙ୍ଗି ବିଜୟୀ ହୋଇଛନ୍ତି । ସ୍ଥାନୀୟ ଖେଳାଳୀ ଡୌ ସ୍ମିଟ (୮୨.୪୪ ମି.) ଓ ଡଙ୍କନ ରୋବର୍ଟସନ୍ (୭୧.୨୨ ମି.) ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ । କେବଳ ନୀରଜ ଏବଂ ସ୍ମିଟ୍ ୮୦ ମିଟର ଉପରକୁ ପଏଣ୍ଟ କରିପାରିଥିଲେ । ଆସନ୍ତା ମେ ୧୬ରେ ଦୋହାରେ ଡାଇମଣ୍ଡ ଲିଗ୍ ରେ ନୀରଜ ପ୍ରତିଯୋଗିତା କରିବାକୁ ଯାଉଛନ୍ତି । ଏଠାରେ ତାଙ୍କୁ ବହୁ ବଡ଼ ବଡ଼ ଖେଳାଳିଙ୍କୁ ସାମ୍ନା କରିବାକୁ ପଡ଼ିବ ।
ଏଠାରେ ଉଲ୍ଲେକ ଯୋଗ୍ୟ, ୨୦୨୪ ପ୍ୟାରିସ୍ ଅଲିମ୍ପିକରେ ନୀରଜ (୮୯.୪୫ ମି) ରୌପ୍ୟ ପଦକ ଜିତିଥିଲେ । ୨୦୨୦ ଟୋକିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।