ଚଳିତ ସିଜନରେ ଶେଷ ୬ ଟି ମ୍ୟାଚ ଜିତି ପ୍ଲେ ଅଫରେ ପହଞ୍ଚିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଜି ରାଜସ୍ଥାନ ରୟାଲ୍ସକୁ ଭେଟିବାକୁ ଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଏଲିମିନେଟର। ଏହି ମ୍ୟାଚ ସନ୍ଧ୍ୟା ୭.୩୦ ରୁ ଖେଳାଯିବ । ତେବେ ଆଜିର ମ୍ୟାଚରେ ବିଜୟୀ ଦଳ ସନରାଇଜର୍ସ ହାଇଦ୍ରାବାଦକୁ କ୍ୱାଲିଫାୟାର ୨ ରେ ଭେଟିବ। କିନ୍ତୁ ମ୍ୟାଚ ପୂର୍ବରୁ ବେଙ୍ଗାଲୁରୁ ଫ୍ୟାନ୍ସ ପାଇଁ ଦୁଃଖଦ ଖବର ରହିଛି । ଆଇପିଏଲ ଏକ ନିୟମ ଅନୁସାରେ ମ୍ୟାଚ ନ ଖେଳି ପ୍ଲେଅଫ ରୁ ବାଦ ପଡିବ ଆରସିବି ।
ତେବେ ଆଇପିଏଲ ନିୟମ ଅନୁଯାୟୀ ଯୋଗ୍ୟତା ପର୍ଯ୍ୟାୟ ଏବଂ ଏଲିମିଟର ମ୍ୟାଚ ପାଇଁ ରିଜର୍ଭ ଡେ ହିଁ ନାହିଁ । ଏହି କାରଣରୁ ଯଦି ଆଜିର ମ୍ୟାଚ ବର୍ଷା ଧୋଇଦିଏ ତେବେ ରାଜସ୍ଥାନ ରୟାଲ୍ସକୁ ବିଜେତା ଘୋଷିତ କରାଯିବ । ତେବେ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିଯିବା ପରେ ଅତି କମରେ ୫ ଓଭର ମ୍ୟାଚ ଖେଳାଯିବ କିମ୍ବା ସୁପର ଓଭର ମାଧ୍ୟମରେ ଫଳାଫଳ ବାହାରିବ । ତେବେ ଯଦି ବର୍ଷା ଯୋଗୁ ଖେଳ ସମ୍ପୂର୍ଣ୍ଣ ବନ୍ଦ ରୁହେ ତେବେ ପଏଣ୍ଟ ଟେବୁଲ ଆଧାରରେ ରାଜସ୍ଥାନକୁ ବିଜେତା ଘୋଷିତ କରାଯିବ।
ଅଧିକ ପଢନ୍ତୁ : ଆଇପିଏଲ୍: ବୋଲିଂରେ ଷ୍ଟାର୍କ, ବ୍ୟାଟିଂରେ ଭେଙ୍କଟେଶ-ଶ୍ରେୟସ୍ ଚମକିଲେ, ହାଇଦ୍ରାବାଦ୍କୁ ହରାଇ ଚତୁର୍ଥ ଥର ଫାଇନାଲରେ କୋଲକାତା