ଚଳିତ ଟି-୨୦ ବିଶ୍ୱକପର ୨୨ ତମ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ କାନାଡ଼ା । ନ୍ୟୁୟର୍କର ନସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ତେବେ ପାକିସ୍ତାନ ପାଇଁ ଆଜି କର ବା ମର ସ୍ଥିତି ଉପୁଜିଛି । ଲଗାତାର ଦୁଇଟି ମ୍ୟାଚରେ ପରାଜୟ ପରେ ପାକିସ୍ତାନ ଆଜି କାନାଡ଼ା ବିପକ୍ଷରେ ଖେଳିବାକୁ ଯାଉଛି । ଆଜିର ମ୍ୟାଚରେ ପରାସ୍ତ ହେଲେ ଚଳିତ ଟି-୨୦ ବିଶ୍ୱକପରୁ ବାଦ ପଡିବ ପାକିସ୍ତାନ । ତେବେ ପାକିସ୍ତାନ ପ୍ରଥମ ମ୍ୟାଚ ୟୁଏସଏ ବିପକ୍ଷରେ ଖେଳିଥିବାବେଳେ ମ୍ୟାଚଟି ସୁପର ଓଭରରେ ପହଞ୍ଚିଥିଲା । ପ୍ରଥମ ମ୍ୟାଚରେ ପରାଜୟ ପରେ ଭାରତ ବିପକ୍ଷରେ ମଧ୍ୟ ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଅନ୍ୟପକ୍ଷରେ କାନାଡ଼ା ଉପରେ ନଜର ପକାଇଲେ, କାନାଡ଼ା ଦୁଇଟି ମ୍ୟାଚ ଖେଳି ଗୋଟିଏ ବିଜୟ ହାସଲ କରିଛି । ଏହା ସହ ପଏଣ୍ଟ ଟେବୁଲରେ ପାକିସ୍ତାନ ଠାରୁ ଉପରେ ରହିଛି କାନାଡ଼ା ।
ତେବେ ପିଚ୍ ପାଲଟିଛି ଚିନ୍ତାର ବିଷୟ । ଟସ୍ ଏହି ପିଚ୍ ରେ ଏତେ ଗୁରୁତ୍ୱ ରଖୁନାହିଁ । ଭାରତ ପାକିସ୍ତାନ ମ୍ୟାଚରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ପିଚ୍ ଚିନ୍ତାର ବିଷୟ ପାଲଟିଥିଲା ଏବଂ ବ୍ୟାଟ୍ସମ୍ୟାନ ଖେଳିବାରେ ଅନେକ ଅସୁବିଧା ଅନୁଭବ କରିଥିଲେ । ସୋମବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ମ୍ୟାଚରେ ମଧ୍ୟ ପିଚ୍ ସମସ୍ୟାର କାରଣ ପାଲଟିଥିଲା । ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୧୩ ରନ କରିଥିବାବେଳେ ବାଂଲାଦେଶ ୪ ରନରେ ପରାସ୍ତ ହୋଇଥିଲା । ତେବେ ପାକିସ୍ତାନ ବିପକ୍ଷ ମ୍ୟାଚରେ କେତେ ସ୍କୋର ହେବ ତାହା କହିବା କଷ୍ଟକର । କିନ୍ତୁ ଏହି ମ୍ୟାଚ ପାକିସ୍ତାନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।
ଅଧିକ ପଢନ୍ତୁ : ଭୁଲ ନିଷ୍ପତ୍ତି ପାଇଁ ମ୍ୟାଚ ହାରିଲା ବାଂଲାଦେଶ, ନିୟମକୁ ନେଇ ଅସନ୍ତୋଷ ଖେଳାଳି