୨୦୧୨ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଖେଳାଯାଇ ନାହିଁ। ଦୁଇ ଦେଶ ମଧ୍ୟରେ ଥିବା ରାଜନୈତିକ ସମ୍ପର୍କ ଖରାପ ହେବା ପରେ ଦୁଇ ଡାକ କେବଳ ଆଇସିସି ଇଭେଣ୍ଟ ଏବଂ ଏସିଆ କପରେ ମୁହାଁମୁହିଁ ହୁଅନ୍ତି । କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆର ପ୍ରସ୍ତାବ ସହିତ ଏହି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ହେବାର ସମ୍ଭାବନା ରହିଛି ।
ଗତ ବର୍ଷ ପାକିସ୍ତାନରେ ଏସିଆ କପ ଅନୁଷ୍ଠିତ ହୋଇଥିଲା କିନ୍ତୁ ବିସିସିଆଇ ପାକିସ୍ତାନରେ ଖେଳିବାକୁ ସ୍ପଷ୍ଟ ଭାବେ ମନା କରିଦେଇଥିଲା । ତେବେ ପାକିସ୍ତାନ ୨୦୨୩ ଦିନିକିଆ ବିଶ୍ୱକପ ପାଇଁ ଭାରତ ଆସିଥିଲା। କିନ୍ତୁ ଦ୍ୱିପାକ୍ଷିକ ସିରିଜ ପାଇଁ ଏହା ସମ୍ଭବ ନୁହେଁ ।
ଭାରତ କିମ୍ବା ପାକିସ୍ତାନରେ ଏହି ଦୁଇ ଦଳ ମଧ୍ୟରେ ସିରିଜର କୌଣସି ସମ୍ଭାବନା ନାହିଁ, କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିକ୍ ହକ୍ଲି କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ କରିବାକୁ ଅଷ୍ଟ୍ରେଲିଆ ପ୍ରସ୍ତୁତ ଅଛି। ହକ୍ଲି କହିଛନ୍ତି, "ପାକିସ୍ତାନ ଓ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ। ଦୁଇ ଦଳ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳେ । ସିରିଜ ଆୟୋଜନ କରିବାରେ ଅଷ୍ଟ୍ରେଲିଆ କ୍ରିକେଟ ସାହାଯ୍ୟ କରିବାକୁ ପ୍ରସ୍ତୁତ। ଯଦିଓ ଚୂଡାନ୍ତ ନିଷ୍ପତ୍ତି ଭାରତ ଏବଂ ପାକିସ୍ତାନର କ୍ରିକେଟ୍ ବୋର୍ଡ ଉପରେ ନିର୍ଭର କରେ, କିନ୍ତୁ ଅଷ୍ଟ୍ରେଲିଆ ରହିଛି। "
ତେବେ ଏ ସମ୍ପର୍କରେ କୌଣସି ଅଫିସିଆଲ ଆଲୋଚନା ହୋଇନାହିଁ। ହକ୍ଲି ତାଙ୍କ ଦେଶରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଏକ ସିରିଜ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ହକ୍ଲି କହିଛନ୍ତି, “କାର୍ଯ୍ୟସୂଚୀ ଅନୁଯାୟୀ ଏହି ପ୍ରସଙ୍ଗରେ ସରକାରୀ ଆଲୋଚନା ହୋଇନାହିଁ, କିନ୍ତୁ ଆମେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଆୟୋଜନ କରିବାକୁ ଚାହୁଁଛୁ। "
ଅଧିକ ପଢନ୍ତୁ : ପଡିଆକୁ ଫେରିବେ କ୍ରିକେଟ ଲେଜେଣ୍ଡସ୍, ଜୁଲାଇ ୩ ରୁ ୱାର୍ଲଡ ଚାମ୍ପିଅନସିପ ଅଫ ଲେଜେଣ୍ଡସ୍