ୱାର୍ଲଡ ଚାମ୍ପିଅନସିପ ଅଫ ଲେଜେଣ୍ଡସ୍ ର ପ୍ରଥମ ସିଜନ୍ ବ୍ରିଟେନରେ ଜୁଲାଇ ୩ ରୁ ଜୁଲାଇ ୧୩ ପର୍ଯ୍ୟନ୍ତ ଚାଲିବ । ଏହି ଲିଗରେ ୬ ଟି ଦଳ ମଧ୍ୟରେ ଲଢେଇ ହେବ। ୧୦ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ନାମେଣ୍ଟରେ ଅନେକ କିମ୍ବଦନ୍ତୀ କ୍ରିକେଟର ପଡ଼ିଆକୁ ଓହ୍ଲାଇବେ ।
ଭାରତୀୟ ଦଳର ବହୁ ପୂର୍ବତନ ତାରକା ଖେଳାଳି ମଧ୍ୟ ଏହି ଟୁର୍ନାମେଣ୍ଟରେ ଭାଗ ନେଉଛନ୍ତି, ଯେଉଁଥିରେ ଯୁବରାଜ ସିଂ, ସୁରେଶ ରାଇନା, ହରଭଜନ ସିଂ, ଇରଫାନ ପଠାନଙ୍କ ସମେତ ବହୁ ମହାନ ବ୍ୟକ୍ତିଙ୍କ ନାମ ରହିଛି।
ୱାର୍ଲଡ ଚାମ୍ପିଅନସିପ ଅଫ ଲେଜେଣ୍ଡସ୍ ରେ ମୋଟ ୬ ଟି ଦଳ ଅଂଶଗ୍ରହଣ କରୁଛନ୍ତି, ଯେଉଁଥିରେ ଇଣ୍ଡିଆ ଚାମ୍ପିଅନ୍ସ, ପାକିସ୍ତାନ ଚାମ୍ପିଅନ୍ସ, ଇଂଲଣ୍ଡ ଚାମ୍ପିଅନ୍ସ, ଅଷ୍ଟ୍ରେଲିଆ ଚାମ୍ପିଅନ୍ସ, ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସ ଏବଂ ୱେଷ୍ଟଇଣ୍ଡିଜ ଚାମ୍ପିଅନ୍ସ ଅନ୍ତର୍ଭୁକ୍ତ। ଏହି ୬ ଟି ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି ।
ଏହି ସମସ୍ତ ୬ ଟି ଦଳ ଲିଗ ପର୍ଯ୍ୟାୟରେ ପରସ୍ପର ବିପକ୍ଷରେ ଗୋଟିଏ ମ୍ୟାଚ୍ ଖେଳିବେ । ଗ୍ରୁପ୍ ପର୍ଯ୍ୟାୟର ଶ୍ରେଷ୍ଠ ୪ ଟି ଦଳ ସେମିଫାଇନାଲରେ ପହଞ୍ଚିବେ, ଯେଉଁଥିରୁ ଦୁଇଟି ଦଳ ଫାଇନାଲ ଖେଳିବେ । ଜୁଲାଇ ୧୩ ରେ ଫାଇନାଲ ମ୍ୟାଚ ଖେଳାଯିବ ଓ ସମଗ୍ର ଟୁର୍ନାମେଣ୍ଟରେ ମୋଟ ୧୮ ଟି ମ୍ୟାଚ ଖେଳାଯିବ ।
ୱାର୍ଲଡ ଚାମ୍ପିଅନସିପ ଅଫ ଲେଜେଣ୍ଡସ୍ ଇଂଲଣ୍ଡର ଦୁଇଟି ସ୍ଥାନରେ (ବର୍ମିଘମ ଏଜବାଷ୍ଟନ୍ ଓ ନର୍ଥମ୍ପଟନ୍ କାଉଣ୍ଟି ଗ୍ରାଉଣ୍ଡରେ) ଖେଳାଯିବ । ପ୍ରଥମ ୧୦ ଟି ମ୍ୟାଚ୍ ଏଜବାଷ୍ଟନ୍ ଠାରେ ଖେଳାଯିବାକୁ ଥିବାବେଳେ ଦୁଇଟି ସେମିଫାଇନାଲ ମ୍ୟାଚ୍ ସମେତ ପରବର୍ତ୍ତୀ ୭ ଟି ମ୍ୟାଚ୍ କାଉଣ୍ଟି କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଅନ୍ତିମ ମ୍ୟାଚ୍ ବା ଫାଇନାଲ ମ୍ୟାଚ ପୁଣି ବର୍ମିଘମରେ ଖେଳାଯିବ ।
ଅଧିକ ପଢନ୍ତୁ : ଭାରତ ଫେରୁଛନ୍ତି ଭାରତୀୟ ଖେଳାଳି, ବିଜୟ ଉତ୍ସବ ପାଳନ ପାଇଁ ଚାଲିଛି ପ୍ରସ୍ତୁତି