ବେଜିଂ: ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫି-୨୦୨୪ରେ ଭାରତୀୟ ଦଳ ବିଜୟ ଅଭିଯାନ ଜାରି ରଖିଛି । ଶନିବାର ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୨-୧ ଗୋଲରେ ପରାସ୍ତ କରିଛି । ଅଧିନାୟକ ହରମନପ୍ରୀତ ସିଂ ଏକାକୀ ଦୁଇଟି ଗୋଲ କରି ପାକିସ୍ତାନକୁ ପରାଜୟର ରାସ୍ତା ଦେଖାଇଛନ୍ତି ।
ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫି-୨୦୨୪ରେ ଭାରତ ଓ ପାକିସ୍ତାନ ମଧ୍ୟର କଡ଼ା ମୁକାବିଲା ହୋଇଥିଲା । ପ୍ରଥମେ ପାକିସ୍ତାନର ନଦୀମ ଅହମ୍ମଦ ଗୋଟାଏ ଗୋଲ କରି ଖାତା ଖୋଲିଥିଲେ । ଏହା ପରେ ଭାରତର ହକି ହିରୋ ଅଧିନାୟକ ହରମନପ୍ରୀତ ଦୁଇଟି ଗୋଲ କରି ଟିମକୁ ଅପରାଜୟ ରଖିଥିଲେ ।
ଫଳରେ ଏ ପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ୫ଟି ମ୍ୟାଚରେ ଦଳ ବିଜୟ ଲାଭ କରି ଟେବୁଲରେ ଶୀର୍ଷ ସ୍ଥାନ ବଜାୟ ରଖିଛି । ତେବେ ଆଜି ଚାଇନା ଓ ଜାପାନ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚରେ ଯିଏ ଜିତିବ ସିଏ ସେମି ଫାଇନାଲରେ ଭାରତକୁ ଭେଟିବ । ଇଣ୍ଡିଆ ଏପର୍ଯ୍ୟନ୍ତ ଚାଇନା, ଜାପାନ, ମ୍ୟାଲେସିଆ, କୋରିଆ ଓ ପାକିସ୍ତାନକୁ ହରାଇଛି ।
ତେବେ ପୂର୍ବରୁ ଦୁଇ ଦଳ ଫାଇନାଲକୁ ପ୍ରବେଶ କରି ସାରିଛନ୍ତି । ପାକିସ୍ତାନ ୨ଟି ମ୍ୟାଚ୍ ଜିତି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି । ପାକିସ୍ତାନ ସେମି ଫାଇନାଲରେ କୋରିଆକୁ ଭେଟିବ ।