ଏସିଆ କପ୍ ୨୦୨୩ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ, ଟିମକୁ ଫେରିଛନ୍ତି ଶ୍ରେୟସ ଆୟର, ଜସପ୍ରୀତ ବୁମରାହ ଏବଂ କେଏଲ୍ ରାହୁଲ । ଏସିଆ କପ୍ ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଘୋଷଣା ହୋଇଛି ଭାରତୀୟ ଦଳ । ଅଧିନାୟକ ରୋହିତ ଶର୍ମାଙ୍କ ପ୍ରତିନିଧିତ୍ୱରେ ପଡିଆକୁ ଓହ୍ଲେଇବ ଭାରତୀୟ ଦଳ । ଉପଅଧିନାୟକ ରୂପେ ସ୍ଥାନ ପାଇଛନ୍ତି ହାର୍ଦ୍ଧିକ ପାଣ୍ଡ୍ୟା । ସେହିଭଳି ଯୁବ ପ୍ରତିଭା ତଥା ଆଇପିଏଲରେ ସୁନ୍ଦର ପ୍ରଦର୍ଶନ କରିଥିବା ତିଲକ ବର୍ମାଙ୍କୁ ମଧ୍ୟ ସୁଯୋଗ ମିଳିଛି । ଫିନିସର ଭାବେ ତଥା ମିଡ଼ିଲ ଅର୍ଡରରେ ଟିମକୁ ମଜବୁତ କରିବାକୁ ସୂର୍ୟକୁମାର ଯାଦବଙ୍କୁ ଚୟନ କରାଯାଇଛି । ଏହା ଛଡା ଅଭିଜ୍ଞ ବିରାଟ କୋାହଲିଙ୍କ ସମେତ ଶୁଭମନ ଗିଲ, ଶ୍ରେୟସ ଆୟର, ଜସପ୍ରୀତ ବୁମରା, କେଏଲ୍ ରାହୁଲ, ମହମ୍ମଦ ସାମି, ଶାର୍ଦ୍ଦୁଲ ଠାକୁର, ଅକ୍ସର ପଟେଲ , ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରୀଷ୍ଣାଙ୍କୁ ଚୟନ କରାଯାଇଛି । ରବିବାର ଆୟାରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସଞ୍ଜୁ ସାମସନଙ୍କୁ ଅତିରିକ୍ତ(ବ୍ୟାକ୍ଅପ) ଖେଳାଳି ଭାବେ ଚୟନ କରାଯାଇଛି ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ସୂର୍ୟକୁମାର ଯାଦବ, ଶ୍ରେୟସ ଆୟର, ତିଲକ ବର୍ମା, କେଏଲ୍ ରାହୁଲ, ଇଶାନ କିଶନ, ହାର୍ଦ୍ଧିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମରାହ, ମହମ୍ମଦ ସାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରୀଷ୍ଣା
ଅଧିକ ପଢନ୍ତୁ,ଆନ୍ତର୍ଜାତିକ କ୍ରିକେଟ୍ରେ ବିରାଟଙ୍କ 15 ବର୍ଷ