ନୁଆଦିଲ୍ଲୀ,ଏପ୍ରିଲ୨(ଖବର ଓଡିଶା); କ୍ରିକେଟର ଭଗବାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କରୋନାରେ ସଂକ୍ରମିତ ହୋଇ ହସପିଟାଲରେ ଭର୍ତି ହୋଇଛନ୍ତି । ଏହା ପରେ ସମଗ୍ର ବିଶ୍ୱରେ ତାଙ୍କର ପ୍ରଶଂସକ ଠାରୁ ଆରମ୍ଭ କରି କ୍ରକେଟର ବନ୍ଧୁ ମାନେ ତାଙ୍କର ଆସୁ ଅରୋଗ୍ୟ କାମନା କରି ପ୍ରାର୍ତନା କରୁଛନ୍ତି ।
ତେବେ ପାକିସ୍ତାନର ପୁର୍ବତନ ପେସର ବୋଲର ୱାସିମ୍ ଆକ୍ରାମ ସମସ୍ତଙ୍କ ହୃଦୟକୁ ଛୁଇଁଗଲା ଭଳି ଗୋଟିଏ ଟ୍ୱିଟ କରିଛନ୍ତ । ଆକ୍ରାମ ଲେଖିଛନ୍ତି, ଯେତେବେଳେ ଆପଣ (ସଚିନ୍) ୧୬ ବର୍ଷର ଥିଲେ, ସେହି ସମୟରେ ଆପଣ ଦୁନିଆର ସର୍ବଶ୍ରେଷ୍ଠ ବୋଲରଙ୍କୁ ଦୃଢ଼ ସାହସ ଓ ଆତ୍ମବିଶ୍ୱାସର ସହ ସାମ୍ନା କରିଥିଲ। ମୋର ବିଶ୍ୱାସ ଯେ କୋଭିଡ୍-୧୯କୁ ମଧ୍ୟ ଛକା ମାରି ବିଦା କରିବ। ଶୀଘ୍ର ସୁସ୍ଥ ହେବା ନେଇ କାମନା କରୁଛି।