ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଏସ ଶ୍ରୀସାନ୍ତ ଟି-୨୦ ବିଶ୍ୱକପ ୨୦୨୪ ରେ ଭାରତର ପ୍ଲେଇଂ-୧୧ ରେ ସଞ୍ଜୁ ସାମସନଙ୍କୁ ଖେଳାଇବା ପାଇଁ ଦାବି କରିଛନ୍ତି। ଋଷବ ପନ୍ତ ନୁହେଁ ବରଂ ଶିବମ ଦୁବେଙ୍କ ସ୍ଥାନରେ ସଞ୍ଜୁଙ୍କୁ ସୁଯୋଗ ଦେବାକୁ ଭାରତୀୟ ଦଳକୁ ପରାମର୍ଶ ଦେଇଛନ୍ତି। ଶ୍ରୀସାନ୍ତ କହିଛନ୍ତି ଯେ ଯଦି ଶିବମ ଦୁବେ ବୋଲିଂ କରୁନାହାନ୍ତି ତେବେ ସଞ୍ଜୁ ସାମସନଙ୍କ ରୂପରେ ଜଣେ ଭଲ ବ୍ୟାଟ୍ସମ୍ୟାନଙ୍କୁ ଦଳରେ ସୁଯୋଗ ଦିଆଯାଉ।
ତେବେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟି-୨୦ ବିଶ୍ୱକପର ଲିଗ ପର୍ଯ୍ୟାୟରେ ତିନୋଟି ମ୍ୟାଚ୍ ଜିତିଛନ୍ତି। ଭାରତୀୟ ଦଳ ୭ ପଏଣ୍ଟ ସହ ଗ୍ରୁପ ଏ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ସୁପର-୮ ରେ ଭାରତକୁ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ସାମ୍ନା କରିବାକୁ ପଡିବ, ଏହା ପୂର୍ବରୁ ବିଶ୍ୱକପ ବିଜେତା ଖେଳାଳି ଏସ ଶ୍ରୀସାନ୍ତ ଭାରତୀୟ ଦଳ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି।
ଶ୍ରୀସନ୍ତ କହିଛନ୍ତି ଯେ ସଞ୍ଜୁ ସାମସନଙ୍କୁ ଫିନିଶର ଭାବରେ ଦଳରେ ସ୍ଥାନ ଦିଆଯିବ ଉଚିତ୍। ଶ୍ରୀସନ୍ତ କହିଛନ୍ତି ଯେ ରୋହିତ ଶର୍ମା ଓ ବିରାଟ କୋହଲି ଓପନିଂ କରୁଛନ୍ତି, ତେବେ ମୁଁ ପ୍ଲେଇଂ -୧୧ ରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ, କାରଣ ଅକ୍ସାର ପଟେଲ ଭଲ ବୋଲିଂ କରୁଛନ୍ତି। ଯଦିଓ ଶିବମ ଦୁବେ ମ୍ୟାଚରେ ଭଲ ପ୍ରଦର୍ଶନ କରିନାହାଁନ୍ତି, କିନ୍ତୁ ସେ ବ୍ୟାଟିଂରେ କଣ କରିପାରିବେ ତାହା ଆମେ ଜାଣିଛେ, କିନ୍ତୁ ମୁଁ ଗୋଟିଏ ପରିବର୍ତ୍ତନ ଦେଖିବାକୁ ଚାହେଁ ଏବଂ ପ୍ଲେଇଂ ୧୧ ରେ ସଞ୍ଜୁ ସାମସନଙ୍କୁ ଦେଖିବାକୁ ଚାହେଁ ।
ଅଧିକ ପଢନ୍ତୁ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଡ ବିଜୟ ହାସଲ କଲା ଭାରତ