ଅଷ୍ଟ୍ରେଲିଆରେ ଚାଲିଥିବା ବିଗ ବାସ ଲିଗରେ ହିନ୍ଦୀରେ କଥା ହେଲେ ଅଷ୍ଟ୍ରେଲିଆରେ ଫାଷ୍ଟ ବୋଲର ବ୍ରିଟ ଲି । ବିଗ ବାସ ଖେଳୁଥିବା ଭାରତୀୟ ଖେଳାଳି ନିଖିଳ ଚୌଧୁରୀଙ୍କୁ ପଚାରିଲେ କେମିତି ଅଛ । ଯାହାର ଉତ୍ତର ରଖି ନିଖିଳ କହିଲେ ମୁଁ ଭଲ ଅଛି ଆଉ ଆପଣଙ୍କ ହିନ୍ଦୀ ମଧ୍ୟ ବହୁତ ଭଲ । ବିଗ ବାସ ଲିଗର ଏ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭାରତରେ ଜନ୍ମ ନେଇଥିବା ନିଖିଳ ୨ୟ ଭାରତୀୟ ଯିଏ ବିଗ ବାସ ଲିଗରେ ସ୍ଥାନ ପାଇଛନ୍ତି । ନିଖିଲ ହୋବର୍ଟ ହରିକେନ୍ସ ପକ୍ଷରୁ ଖେଳୁଥିବାବେଳେ ଫିଲଡିଂ କରୁଥିଲେ । ବାଉଣ୍ଡ୍ରି ପାଖରେ ଜଗିଥିବା ସମୟରେ ବ୍ରିଟ ଲି ତାଙ୍କ ସହ ହିନ୍ଦୀରେ କଥା ହୋଇଥିଲେ । ଯାହାର ଭିଡିଓ ଏବେ ସମସ୍ତେ ପସନ୍ଦ କରୁଛନ୍ତି । ନିଖିଲ ଚୌଧୁରୀ ଭାରତରେ ଜନ୍ମ ହୋଇଥିବା ଖେଳାଳି ଯିଏ ବର୍ତ୍ତମାନ ବିଗ ବାସ ଲିଗ ଖେଳୁଛନ୍ତି । ୨୭ ବର୍ଷୀୟ ନିଖିଲ ଚଳିତ ବର୍ଷ ହରିକେନ୍ସ ପକ୍ଷରୁ ଖେଳୁଥିବାବେଳେ ଭଲ ବ୍ୟାଟିଂ ଓ ବୋଲିଂର ପ୍ରଦର୍ଶନ ମଧ୍ୟ କରୁଛନ୍ତି ।
ଅଧିକ ପଢ଼ନ୍ତୁ : ପ୍ରକାଶ ପାଇଲା ଟି-୨୦ ୨୦୨୪ ବିଶ୍ୱକପର ତାଲିକା