ପ୍ରକାଶ ପାଇଲା ଟି-୨୦ ୨୦୨୪ ବିଶ୍ୱକପର ତାଲିକା । ଟି -୨୦ ବିଶ୍ୱକପର ନବମ ସଂସ୍କରଣ ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଟୁର୍ନାମେଣ୍ଟରେ ୨୦ ଟି ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ଏହି ୨୦ଟି ଦଳକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ପ୍ରଥମ ରାଉଣ୍ଡ ଗୋଷ୍ଠୀର ଶ୍ରେଷ୍ଠ ଦୁଇ ଦଳ ସୁପର ୮କୁ ଉନ୍ନୀତ ହେବେ । ପ୍ରଥମ ଥର ପାଇଁ ଆମେରିକାରେ ବିଶ୍ୱକପ୍ ଅନୁଷ୍ଠିତ ହେଉଛି - ଏବଂ ୨୦୦୪ ମସିହାରୁ ଏକ ପ୍ରମୁଖ ଆଇସିସି ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ହାସଲ କରିନଥିବା ଆମେରିକାକୁ ହୋଷ୍ଟ ଭାବରେ ସ୍ୱୟଂଚାଳିତ ଯୋଗ୍ୟତା ପ୍ରଦାନ କରାଯାଇଛି। ୨୦୨୨ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ହରାଇ ଇଂଲଣ୍ଡ ଚମ୍ପିୟାନ ହୋଇଥିଲା । ଚଳିତ ବର୍ଷ ଭାରତୀୟ ଦଳ ଗ୍ରୁପ (ଏ) ରେ ରହିଥିବାବେଳେ ସବୁ ଭାରତୀୟଙ୍କ ନଜର ଟି-୨୦ ବିଶ୍ୱକପ ଉପରେ ରହିଛି ।
ଗ୍ରୁପ ଏ - ଭାରତ, ପାକିସ୍ତାନ, ଆୟାରଲ୍ୟାଣ୍ଡ, କାନାଡ଼ା, ୟୁଏସଏ(USA )
ଗ୍ରୁପ ବି - ଇଂଲଣ୍ଡ, ଅଷ୍ଟ୍ରେଲିଆ, ନମିବିଆ, ସ୍କଟଲ୍ୟାଣ୍ଡ, ଓମାନ
ଗ୍ରୁପ ସି - ନିଉଜିଲାଣ୍ଡ, ୱେଷ୍ଟ ଇଣ୍ଡିଜ, ଆଫଗାନିସ୍ତାନ, ଉଗାଣ୍ଡା, ପପୁଅ ନିଉ ଗିନି
ଗ୍ରୁପ ଡି - ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ, ନେଦରଲ୍ୟାଣ୍ଡ୍ସ, ନେପାଳ
ଅଧିକ ପଢ଼ନ୍ତୁ : ଅଲ୍ ରାଉଣ୍ଡର @୬୫