ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆ ଓପନ୍-୨୦୨୬ ଏବେ ବିବାଦ ଘେରକୁ ଆସିଛି । ବିଶ୍ୱର ତୃତୀୟରେ ସ୍ଥାନରେ ଥିବା ପୁରୁଷ ବ୍ୟାଡମିଣ୍ଟନ୍ ଖେଳାଳୀ ଏଣ୍ଡର୍ସ ଏଣ୍ଟୋସେନ୍ ଇଣ୍ଡିଆ ଓପନରୁ ଓହରି ଯାଇଛନ୍ତି । ଦିଲ୍ଲୀର ବାୟୁ ପ୍ରଦୂଷଣ ପାଇଁ ସେ ନିଜ ନାମ ଫେରାଇ ନେଇଥିବା କହିଛନ୍ତି ।
ଏଣ୍ଡର୍ସ ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି । କ୍ରମାଗତ ତୃତୀୟ ଥର ପାଇଁ ଦିଲ୍ଲୀ ପ୍ରଦୂଷଣ ପାଇଁ ଇଣ୍ଡିଆ ଓପନରୁ ଓହରିଥିବା କହିଛନ୍ତି । ଏହି ସ୍ଥାନରେ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବା ଉଚିତ ନୁହେଁ । ତେବେ ଗ୍ରୀଷ୍ଣ ଋତୁରେ ହେବାକୁ ଥିବା ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିଅନସିପ୍-୨୦୨୬ ବେଳକୁ ବାୟୁ ଗୁଣାବତ୍ତାରେ ସୁଧାର ଆସିବ ବୋଲି ସେ ଆଶା ରଖିଛନ୍ତି । ତେବେ ଏଥିପାଇଁ ବିଶ୍ୱ ବ୍ୟାଡମିଣ୍ଟନ୍ ଫେଡେରେସନ୍ ତାଙ୍କ ଉପରେ ୫୦୦୦ ଆମେରିକୀୟ ଡଲାର୍ ଜରିମାନା ଲଗାଇଛନ୍ତି । ଏଣ୍ଟୋନସେନ୍ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଆଉ ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି, ଯେଉଁଥିରେ ଦିଲ୍ଲୀର ବାୟୁ ଗୁଣବତ୍ତା ରିଡିଂ ଦେଖାଯାଉଛି। ଏଥିରେ ଏକ୍ୟୁଆଇ-୩୪୮ ଦେଖାଯାଇଥିଲା, ଯାହାକୁ ବିପଦପୂର୍ଣ୍ଣ ଭାବରେ ବର୍ଗୀକୃତ କରାଯାଇଥିଲା।
ଖାଲି ସେତିକି ନୁହେଁ ଅନ୍ୟ ମହିଳା ଖେଳାଳୀ ମିଆ ବ୍ଲିଚଫେଲ୍ଡଟ୍ ମଧ୍ୟ ଅଭିଯୋଗ ଆଣିଛନ୍ତି । ଇନ୍ଦିରାଗାନ୍ଧୀ ଇଣ୍ଡୋର୍ ଷ୍ଟାଡିୟମର ପରିମଳ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।