ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର କିଙ୍ଗ୍ କୋହଲି ବିଶ୍ୱରେ ପୁଣି ଥରେ ଲମ୍ଫ ମାରିଛନ୍ତି ଆଇସିସି ଦିନିକିଆ ରାକିଂରେ ବିରାଟ କୋହଲି ଅନ୍ତର୍ଜାତୀୟ ସ୍ତରରେ ଏକ ନମ୍ବର ବ୍ୟାଟର୍ ହୋଇଛନ୍ତି । ହିଟ୍ ମ୍ୟାନ୍ ରୋହିତ ଶର୍ମା ତଳକୁ ଖସିଆସିଛନ୍ତି ।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ବିରାଟ ବ୍ୟାଟିଂ ଜାରି ରଖିଛନ୍ତି । ପ୍ରଥମ ମ୍ୟାଚରେ ସେ ଶତକରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ବଦୋଦରାରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ବିରାଟ ୯୧ ବଲରେ ୯୩ ରନର ପାଳି ଖେଳିଥିଲେ ଏବଂ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ଅପରପକ୍ଷେ ଏହି ଦିନିକିଆ ସିରିଜରେ ରୋହିତ ଶର୍ମା ଦିନିକିଆ ରାକିଂର ପ୍ରଥମ ସ୍ଥାନ ଥିଲେ । ବଡ଼ୋଦରାରେ ରୋହିତ ଭଲ ପ୍ରଦର୍ଶନ କରିପାରିନଥିଲେ। ଫଳରେ ସେ ବର୍ତ୍ତମାନ ତୃତୀୟ ସ୍ଥାନକୁ ଖସିଆସିଛନ୍ତି । ନ୍ୟୁଜିଲ୍ୟାଣ୍ଡ କ୍ରିକେଟର୍ ଡାରିଲ୍ ମିଚେଲ୍ ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି ।
ରେଟିଂ ପଏଣ୍ଟ ବିଷୟରେ କହିବାକୁ ଗଲେ, ବିରାଟ କୋହଲି ୭୮୫ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ଡାରିଲ୍ ମିଚେଲ୍ ୭୮୪ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଏବଂ ରୋହିତ ଶର୍ମାଙ୍କ ଖାତାରେ ୭୭୫ ପଏଣ୍ଟ ଅଛି । ରୋହିତ ଏବଂ ବିରାଟଙ୍କ ମଧ୍ୟରେ ୧୦ ପଏଣ୍ଟର ବ୍ୟବଧାନ ଅଛି। ଆଫଗାନିସ୍ତାନର ଇବ୍ରାହିମ୍ ଜାଦ୍ରନ୍ ଚତୁର୍ଥ ସ୍ଥାନରେ ଏବଂ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ପଞ୍ଚମ ସ୍ଥାନରେ ଅଛନ୍ତି । ଜାଦ୍ରନ୍ ୭୬୪ ପଏଣ୍ଟ ପାଇଛନ୍ତି ଏବଂ ଗିଲ୍ ୭୨୫ ପଏଣ୍ଟ ପାଇଛନ୍ତି। ଶ୍ରେୟସ୍ ଆୟର୍ ମଧ୍ୟ ରାଙ୍କିଙ୍ଗର ଶ୍ରେଷ୍ଠ ୧୦ରେ ସାମିଲ ଅଛନ୍ତି। ଏହି ତାଲିକାରେ କୌଣସି ପରିବର୍ତ୍ତନ ହୋଇନାହିଁ।
୨୦୧୮ରେ ତାଙ୍କର ଏକଦିବସୀୟ ରାଙ୍କିଙ୍ଗ ୯୦୯ ଥିଲା । ବିଚାରକୁ ନେଲେ ୭୮୫ ପଏଣ୍ଟ ବିରାଟ କୋହଲିଙ୍କ ପାଇଁ ସେତେଟା ଭଲ ନୁହେଁ। ସେ ଏବେ ବି ସେହି ଅଙ୍କ ଠାରୁ ବହୁତ ଦୂରରେ ଅଛନ୍ତି, କିନ୍ତୁ ଖୁସିର ଖବର ହେଉଛି ଯେ କ୍ରିକେଟ ରାଜା ପୁଣି ଥରେ ନମ୍ବର ୱାନ ବ୍ୟାଟସମ୍ୟାନ ହୋଇଛନ୍ତି । ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ଆରମ୍ଭରେ ଆଇସିସି ରାଙ୍କିଙ୍ଗ ପ୍ରକାଶ କରିଛି।