ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଖେଳିବେନି ବିରାଟ କୋହଲି। ଏହା କ୍ରିକେଟ ପ୍ରେମୀଙ୍କ ପାଇଁ ସବୁଠୁ ଦୁଃଖର କଥା କାରଣ ବିରାଟ ଭାରତର ଏକ ଶ୍ରେଷ୍ଠ ଖେଳାଳି। ତେବେ ବିରାଟଙ୍କର କୌଣସି ବ୍ୟକ୍ତିଗତ କାମ ଥିବାରୁ ସେ ଏହି ମ୍ୟାଚରୁ ନାମ ପ୍ରତ୍ୟାହାର କରିନେଇଛନ୍ତି। ବିସିସିଆଇ ତରଫରୁ ଜାରି କରାଯାଇଥିବା ପ୍ରେସ୍ ବାର୍ତ୍ତାରେ କୁହାଯାଇଛି କି ବିରାଟ କୋହଲି ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି । ଏନେଇ ବିରାଟ କୋହଲି ଟିମର କ୍ୟପଟେନ ରୋହିତ ଶର୍ମା ଓ ମ୍ୟାନେଜମେଣ୍ଟ ସମେତ ଚୟନ କମିଟି ସହ କଥା ହୋଇଛନ୍ତି। ତେବେ ଏହି ଦୁଇଟି ମ୍ୟାଚ ପରେ ସେ ପୁଣି ଖେଳିବେ ବୋଲି କହିଛନ୍ତି।
ସୂଚନା ମୁତାବକ , ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୫ଟିକିଆ ଟେଷ୍ଟ ମ୍ୟାଚର ପ୍ରଥମ ୨ଟି ମ୍ୟାଚରୁ ବାଦ ପଡିଛନ୍ତି ବିରାଟ କୋହଲି । ବିସିସିଆଇ ତରଫରୁ ଜାରି କରାଯାଇଥିବା ପ୍ରେସ୍ ବାର୍ତ୍ତାରେ କୁହାଯାଇଛି କି, ବିରାଟ କୋହଲି ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି। ଏନେଇ ବିରାଟ କୋହଲି ଟିମର କ୍ୟପଟେନ ରୋହିତ ଶର୍ମା ଓ ମ୍ୟାନେଜମେଣ୍ଟ ସମେତ ଚୟନ କମିଟି ସହ କଥା ହୋଇଛନ୍ତି। ତେବେ ଏହି ଦୁଇଟି ମ୍ୟାଚ ପରେ ବିରାଟ କୋହଲି ପୁଣି ଖେଳିବେ ବୋଲି କହିଛନ୍ତି। ତେବେ ଏହା କ୍ରିକେଟ ପ୍ରେମୀଙ୍କ ପାଇଁ ସବୁଠୁ ଦୁଃଖର କଥା କାରଣ ବିରାଟ ଭାରତର ଏକ ଶ୍ରେଷ୍ଠ ଖେଳାଳି। ସେ ଭାରତ ଟିମ ପକ୍ଷରୁ ଖେଳରେ ଖୁବ ଭଲ ପ୍ରଦର୍ଶନ କରିଥାନ୍ତି। ବିରାଟ ତାଙ୍କ ବ୍ୟାଟରୁ ଚୌକା ଏବଂ ଛକା ମାରିବାର ସବୁ କ୍ରିକେଟ ପ୍ରେମୀମାନେ ଉତ୍ସୁକତାର ସହିତ ଚାହିଁ ରହିଥାନ୍ତି। ତେବେ ବିରାଟଙ୍କର ଅନୁପସ୍ଥିତି ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ କିପରି ପ୍ରଭାବ ପକାଇବା ତାହା ଦେଖିବା ବାକି ରହିଲା।
ଅଧିକ ପଢନ୍ତୁ ; ଡବଲ୍ ସୁପର ଓଭରରେ ବିଷ୍ମୋୟୀଙ୍କ ମାଷ୍ଟରଷ୍ଟ୍ରୋକ