ବୁଧବାର ଦିନ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହୋଇଥିବା ଭାରତ ଆଫଗାନିସ୍ତାନ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚକୁ ଜିତିବା ସହିତ ୩-୦ ରେ ସିରିଜକୁ କରିଛି କ୍ଲିନ ସ୍ୱିପ୍ । ମ୍ୟାଚରେ ରୋହିତ ଶର୍ମା ଏବଂ ରିଙ୍କୁ ସିଂ ଙ୍କ ଯୋଡି ଅପରାଜିତ 190 ରନ୍ ସାହାଯ୍ୟ ରେ ଏକ ରେକର୍ଡ ସୃଷ୍ଟି କରିଛି । ରୋହିତ 69 ବଲରୁ ୧୧ଟି ଚୌକା ଓ ୮ଟି ଛକା ସାହାଯ୍ୟରେ ୧୨୧ ରନ୍ ଅନ୍ୟପଟେ ରିଙ୍କୁ ୩୯ଟି ବଲରୁ ୬୯ ରନ୍ ର ଧୁଆଁଧାର ଇନିଂସ ଖେଳିଥିଲେ ।
ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ଭାରତ ୨୦ ଓଭରରେ ୪ ୱିକେଟ ହରାଇ ୨୧୨ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଆଫଗାନିସ୍ତାନ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୨୧୨ ରନ ସଂଗ୍ରହ କରିଥିଲା । ଯାହାଫଳରେ ମ୍ୟାଚ୍ଟି ଡ୍ର’ ହୋଇଥିଲା। ମ୍ୟାଚ ଡ୍ର’ ହେବାରୁ ସୁପର ଓଭର ଖେଳାଯାଇଥିଲା। ଯେଉଁଥିରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୬ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ବି ଗୋଟିଓ ୱିକେଟ ହରାଇ ୧୬ ରନ କରିଥିଲା। ଫଳରେ ଏହି ମ୍ୟାଚ୍ର ଫଳାଫଳ ପାଇଁ ଦ୍ୱିତୀୟ ସୁପର ଓଭର ଖେଳାଯାଇଥିଲା। ଦ୍ୱିତୀୟ ସୁପର ଓଭରରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୧ ରନ ସଂଗ୍ରହ କରିଥିଲା କିନ୍ତୁ ଆଫଗାନିସ୍ତାନ ସୁପର ଓଭରରେ ୧ ରନରେ ୨ଟି ୱିକେଟ ହରାଇ ମ୍ୟାଚ ହାରିଥିଲା। ଦ୍ୱିତୀୟ ସୁପର ଓଭରରେ ରବି ବିଷ୍ମୋୟୀ ଅତୁଳନୀୟ ବୋଲିଂକରି ୧ ରନ ଦେଇ ୨ଟି ୱିକେଟ୍ ନେଇଥିଲେ ଏବଂ ଭାରତକୁ ବିଜୟୀ କରାଇଥିଲେ । ପରାଜୟ ହୋଇଥିଲେ ମଧ୍ୟ ନିଜର ଦମଦାର୍ ପ୍ରଦର୍ଶନ ପାଇଁ ଆଫଗାନିସ୍ତାନ ସମସ୍ତ ଦର୍ଶକ ଙ୍କ ହୃଦୟ ଜିତି ପାରିଥିଲା।
ଅଧିକ ପଢନ୍ତୁ : ନକ୍ସଲ କ୍ୟାମ୍ପ ଧ୍ୱଂସ କଲେ ଯବାନ