ବିଜୟ ହଜାରେ ଟ୍ରଫି ୨୦୨୧ ; ଓଡିଶାର କ୍ରମାଗତ ଦ୍ୱିତୀୟ ପରାଜୟ
Khabar Odisha:Vijay-Hazare-Trophy-2021-Odishas-second-consecutive-defeat
ବାଙ୍ଗାଲୁରୁ, ଫେବୃଆରୀ 22(ଖବର ଓଡିଶା) :

ଚଳିତ ବର୍ଷ ବିଜୟ ହଜାରେ ଟ୍ରଫିରେ ଦ୍ୱିତୀୟ ପରାଜୟ ବରଣ କରିଛି ଓଡିଶା । ପ୍ରଥମ ମ୍ୟାଚରେ କେରଳ ଠାରୁ ୩୪ ରନରେ ପରାସ୍ତ ହୋଇଥିବା ଓଡିଶା ଆଜି ଖେଳାଯାଇଥିବା ମ୍ୟାଚରେ ରେଳବାଇ ଠାରୁ ୮ ୱିକେଟରେ ପରାଜୟ ବରଣ କରିଛି । ବାଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଙ୍ଗ କରି ଓଡିଶା ୪୯.୩ ଓଭରରେ ୨୩୦ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଅଲରାଉଣ୍ଡର ଅଙ୍କିତ ଯାଦବ ସର୍ବାଧିକ ୪୮ ରନ କରିଥିଲେ । ୨୩୧ ରନର ବିଜୟ ଲକ୍ଷ୍ୟକୁ ରେଳବାଇ ୪୪.୩ ଓଭରରେ ୨ ୱିକେଟ ହରାଇ ହାସଲ କରି ନେଇଥିଲା । ଦଳ ତରଫରୁ ସିବମ ଚୌଧୁରୀ ସର୍ବାଧିକ ୮୧ ରନ କରି ଅପରାଜିତ ରହିଥିଲେ । ଫେବୃଆରୀ ୨୪ ତାରିଖରେ ଓଡିଶା ତାର ପରବର୍ତ୍ତୀ ମ୍ୟାଚ କର୍ଣ୍ଣାଟକ ବିପକ୍ଷରେ ଖେଳିବ ।

  • Tags:

Subscribe

National International State Sports Entertainment