ପାକିସ୍ତାନରେ ଆୟୋଜିତ ହେବାକୁଥିବା ଏସିଆ ବିଶ୍ୱ କପରେ ଭାଗନେବନି ଭାରତୀୟ ଦଳ!
Khabar Odisha:UAE-set-to-replace-Pakistan-as-Asia-Cup-hosts
ଖବର ଓଡିଶା : 05/02/2023:

ପାକିସ୍ତାନରେ ଆୟୋଜିତ ହେବାକୁଥିବା ଏସିଆ ବିଶ୍ୱ କପରେ ଭାଗନେବନି  ଭାରତୀୟ ଦଳ । ଏହିପରି ଚରମ ନିଷ୍ପତ୍ତି ନେଇଛି ବିସିସିଆଇ । ପାକିସ୍ତାନରେ କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ କରିବା ନେଇ ଭାରତୀୟ ଦଳର ସୁରକ୍ଷା ପ୍ରସଙ୍ଗ ଉପରେ ରହିଛି ପ୍ରଶ୍ନବାଚୀ । ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧକ୍ଷ ନଜମ ସେଠୀଙ୍କ ପକ୍ଷରୁ ଡକାଯାଇଥିବା ଏସୀୟ କ୍ରିକେଟ ପରିଷଦ ବୈଠକରେ ଯୋଗଦେବା ପୂର୍ବରୁ ନିଜ ଆଭିମୁଖ ସ୍ପଷ୍ଟ କରିଛନ୍ତି ବିସିସିଆଇ ସଂପାଦକ ଜୟ ଶାହା । ଏହି ଏସିସି ବୈଠକରେ ଏସିଆ କପ ଆୟୋଜନ ଅଧିକାର ଭାଗ ନିର୍ଣ୍ଣୟ ହେବ ।

ତେବେ ସେପ୍ଟେମ୍ବରରେ ପାକିସ୍ତାନରେ ଏସିଆ କପ ଆୟୋଜନର ତିଳେ ହେଲେ ସମ୍ଭାବନା ନାହିଁ । ପାକିସ୍ତାନ ଏସିଆ କପ୍ ର ଆୟୋଜକ ରହିପାରେ କିନ୍ତୁ ପ୍ରତିଯୋଗିତା ୟୁଏଇକୁ ସ୍ଥାନାନ୍ତର ହେବ । ଏହା ନହେଲେ ଶ୍ରୀଲଙ୍କାକୁ ଆୟୋଜନ ଅଧିକାରର ବିକଳ୍ପ ବି ରହିଛି ।  ଅନ୍ୟ ପଟେ ଭାରତ ସରକାରଙ୍କ ଠାରୁ ପାକିସ୍ତାନ ଯାତ୍ରା ପାଇଁ ମିଳିନି ଗ୍ରିନ ସିଙ୍ଗନାଲ । ତେଣୁ ପାକିସ୍ତାନରେ ଏସିଆ ବିଶ୍ଵକପ ହେବାର ସମ୍ଭାବନା ନାହିଁ । ଉଭୟ ଦେଶ ଭିତରେ କୂଟନୈତିକ ସଂପର୍କ ଭଲ ନଥିବାରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବା ଅସମ୍ଭବ । ପୁଣି ପେଶୱାରରେ ବୋମା ବିସ୍ପରଣ ଘଟଣା ପାକିସ୍ତାନରେ କ୍ରିକେଟ୍ ପ୍ରତିଯୋଗିତା ଆୟୋଜନ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାପରେ ପାକିସ୍ତାନକୁ ଭାରତୀୟ କ୍ରିକେଟ ତରଫରୁ ଲାଗିଛି ବଡ ଝଟକା । ଏସିଆନ୍ କ୍ରିକେଟ୍ କାଉନସିଲ୍ ବୈଠକରେ ଭାରତ ଏସିଆ କପ୍ ଆୟୋଜନ ନେଇ ସଫା ସଫା ନିଜର ମତ ରଖିବା ପରେ ଏହାକୁ ନେଇ ଏବେ ଚିନ୍ତାରେ ପଡିଛି ପିସିବି |

Subscribe

National International State Sports Entertainment