ପଞ୍ଜାବ କିଙ୍ଗ୍ସପାଇଁ ଆଜି କର ଅବା ମର ପରିସ୍ଥିତି
Khabar Odisha:Today-is-a-do-or-die-situation-for-Punjab-Kings
ଖବର ଓଡିଶା : 17/05/2023:

ଆଇପିଏଲର ୨୦୨୩ର ଆଜି ୬୪ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ । ସନ୍ଧ୍ୟା ସାଢ଼େ ୭ଟାରେ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଧର୍ମଶାଳା ଠାରେ ଖେଳାଯିବ ଏହି ମ୍ୟାଚ । ପ୍ଲେ ଅଫ ଦୃଷ୍ଟିରୁ ପଞ୍ଜାବ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ। କାରଣ ଦିଲ୍ଲୀ ଦଳ ପୂର୍ବରୁ  ଏଲିମିନେଟ ହୋଇସାରିଛି। ହେଲେ  ଦିଲ୍ଲୀ ମଧ୍ୟ ମ୍ୟାଚ ଜିତିବାକୁ ଯଥାସମ୍ଭବ ଚେଷ୍ଟା କରିବ।ଉଭୟ ଦଳ ଏହି ସିଜନରେ ନିଜର ୧୩ତମ ଲିଗ ମ୍ୟାଚ ଖେଳିବେ। ଏହାପୂର୍ବରୁ ଉଭୟ ଦଳ ମ୍ୟାଚ ଖେଳିଥିଲେ ଯେଉଁଥିରେ ପଞ୍ଜାବ ଜିତିଥିଲା। 

ଏହା ପଞ୍ଜାବର ଘରୋଇ ଗ୍ରାଉଣ୍ଡ ହୋଇଥିବାରୁ ପଞ୍ଜାବ ଭଲ ଖେଳିବା ନେଇ ଆଶା କରାଯାଉଛି ।  ପିଚ୍‌ ପେସ ବୋଲରଙ୍କୁ ସୁହାଇବ। ଉଭୟ ଦଳରେ ଦକ୍ଷ ପେସ ବୋଲର ରହିଛନ୍ତି । ଆଜି ସନ୍ଧ୍ୟାରେ ପଞ୍ଜାବ ପାଇଁ କର ବା ମର ସ୍ଥିତି। ନହେଲେ ପଞ୍ଜାବ ମଧ୍ୟ ଚଳିତ ସିଜନରେ ବିଦାୟ ନେବ ।

Subscribe

National International State Sports Entertainment