ଗୋଟିଏ ମ୍ୟାଚରେ ହିଁ ଅଟକିଯାଇଛି ଏମାନଙ୍କ କ୍ରିକେଟ କ୍ୟାରିୟର
Khabar Odisha:Their-cricketing-career-has-come-to-a-standstill-in-just-one-match
ନୂଆଦିଲ୍ଲୀ, ଜୁଲାଇ ୦୧ (ଖବର ଓଡ଼ିଶା):

ଗୋଟିଏ ମ୍ୟାଚରେ ହିଁ ଅଟକିଯାଇଛି ଏମାନଙ୍କ କ୍ରିକେଟ କ୍ୟାରିୟର 

1- ଶ୍ରୀନାଥ ଅରବିନ୍ଦ -

କର୍ଣ୍ଣାଟକର ଏହି ଫାଷ୍ଟ ବୋଲର 2015 ମସିହାରେ ଭାରତ ପକ୍ଷରୁ ଟି - ଟ୍ୱେଣ୍ଟି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଡେବ୍ୟୁ କରିଥିଲେ. ତେବେ ଏହି ମ୍ୟାଚରେ ଅରବିନ୍ଦ 3.4 ଓଭରରେ 44 ରନ ଦେଇ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚ ପରେ ତାଙ୍କୁ ଆଉ ଭାରତୀୟ ଦଳ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିନାହିଁ । 

2- ସାହାବାଜ ନଦିମ -

ଝାଡ଼ଖଣ୍ଡ ପକ୍ଷରୁ ରଣଜୀ ଖେଳୁଥିବା ସାହାବାଜ ନଦୀମ ସବୁ ସିଜିନରେ ଭଲ ପ୍ରଦର୍ଶନ କରିଆସୁଛନ୍ତି. ଏମିତି କି ଆ ଇ.ପି.ଏଲ ରେ ମଧ୍ୟ ପ୍ରତିବର୍ଷ ଭଲ ଖେଳୁଛନ୍ତି । ତେବେ ଦକ୍ଷିଣ ଆଫ୍ରିକା ବିରୋଧରେ କୁଲଦୀପ ଯାଦବ ଆହତ ହେବାପରେ ତାଙ୍କୁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ମିଳିବା ସହ ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା । ଏହି ମ୍ୟାଚରେ ଚାରୋଟି ୱିକେଟ ମଧ୍ୟ ନେଇଥିଲେ ନଦିମ । କିନ୍ତୁ ଏହାପର ଠାରୁ ତାଙ୍କୁ ଭାରତୀୟ  ଦଳରେ ଦେଖିବାକୁ ମିଳିନାହିଁ । 

3- ପଙ୍କଜ ଧର୍ମାନି -

ୱିକେଟ କିପର ବ୍ୟାଟସମାନ ପଙ୍କଜ ଧର୍ମାନି 1996 ମସିହାରେ ଦକ୍ଷିଣ ଆଫ୍ରିକା ବିରୋଧରେ ଏକଦିବସୀୟ ମ୍ୟାଚରେ ଡେବ୍ୟୁ କରିଥିଲେ । ଏହି ମ୍ୟାଚରେ ସେ ମାତ୍ର 8 ରନ ସ୍କୋର କରିଥିଲେ । ଏହାପର ଠାରୁ ଭାରତୀୟ ଦଳରେ ତାଙ୍କୁ ଦେଖିବାକୁ ମିଳିନାହିଁ । 

4- ରାହୁଲ ଚହର 

ରାଜସ୍ଥାନର ଏହି ଯୁବ ଲେଗ ସ୍ପିନର ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଆଇ.ପି.ଏଲରେ ମଧ୍ୟ ଚହର ମୁମ୍ବାଇ ଇଂଡିଆନ୍ସ ପକ୍ଷରୁ ଖେଳୁଛନ୍ତି । ତେବେ 2019- 20.ରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଡେବ୍ୟୁ କରିଥିଲେ ଚହର । ତେବେ ଏହି ମ୍ୟାଚରେ ମାତ୍ର 27 ରନ ଦେଇ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ଚହର । ତେବେ ଏହାପରେ ତାଙ୍କୁ ମଧ୍ୟ ଭାରତ ଦଳ ପାଇଁ ଆଉ ଖେଳିବାକୁ ଦେଖିବାକୁ ମିଳିନି । 

5- ମୟଙ୍କ ମାର୍କଣ୍ଡେ -

ପଞ୍ଜାବର ଏହି ଯୁବ ଲେଗ ସ୍ପିନର ମୁମ୍ବାଇ ଇଂଡିଆନ୍ସ ପାଇଁ ଖେଳି ଭଲ ପ୍ରଦର୍ଶନ କରିବା ପରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଏକ ମ୍ୟାଚରେ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା ଏବଂ ଏହି ମ୍ୟାଚରେ 4 ଓଭରରେ 31 ରନ ଦେଇ କୌଣସି ୱିକେଟ ନେଇ ପାରି ନଥିଲେ । ଏହି ମ୍ୟାଚ ପରେ ଭାରତ ପାଇଁ ଆଉ ଖେଳିନାହାନ୍ତି ମୟଙ୍କ । 

6- ଫୈଜ଼ ଫେଜ଼ଲ 

ବିଦର୍ଭର ଏହି ଷ୍ଟାର ବ୍ୟାଟସମାନ ଦୀର୍ଘ 10 ବର୍ଷରୁ ଉର୍ଦ୍ଧ ହେବ ରଣଜୀ କ୍ରିକେଟ ଖେଳିଆସୁଛନ୍ତି । ତେବେ ଭାରତୀୟ ଦଳ ଜ଼ିମ୍ବାୱେ ଗସ୍ତରେ ସେ ସ୍ଥାନ ପାଇଁ ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ । ତେବେ ସେଥିରେ ମଧ୍ୟ ଫୈଜ଼ଲ ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଏହା ପରେ ମଧ୍ୟ ତାଙ୍କୁ ଭାରତୀୟ ଦଳରେ ଦେଖିବାକୁ ମିଳିନାହିଁ ।

  • Tags:

Subscribe

National International State Sports Entertainment