ଚଳିତ ବର୍ଷର ଅର୍ଜୁନ ପୁରସ୍କାର ପାଇଁ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ନାମ ସୁପାରିଶ କଲେ ରାଜ୍ୟ ସରକାର
Khabar Odisha:The-state-government-has-nominated-hockey-star-Birendra-Lakra-for-this-years-Arjuna-Award
ଭୁବନେଶ୍ୱର, ଜୁନ ୦୫ (ଖବର ଓଡ଼ିଶା):

କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ପ୍ରଦାନ କରାଯାଉଥିବା ସମ୍ମାନ ଜନକ ଅର୍ଜୁନ ପୁରସ୍କାର ପାଇଁ ରାଜ୍ୟ ସରକାର ହକି ଖେଳାଳି ବିରେନ୍ଦ୍ର ଲାକ୍ରାଙ୍କ ନାମକୁ ସୁପାରିଶ କରିଛନ୍ତି । ରାଜ୍ୟରୁ ଦ୍ୱିତୀୟ ଖେଳାଳି ଭାବେ ବୀରେନ୍ଦ୍ର ଲାକ୍ରାଙ୍କ ନାମ ସୁପାରିସ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଅଲିମ୍ପିଆନ ଦୂତି ଚାନ୍ଦଙ୍କ ନାମକୁ ସୁପାରିଶ କରାଯାଇଥିବା ବେଳେ ଗତକାଲି ହକି ତାରକା ବୀରେନ୍ଦ୍ରଙ୍କ ନାମ ସିଧାସଳଖ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ସୁପାରିସ କରାଯାଇଛି ।

 

ପୂର୍ବରୁ କେବଳ ଦୂତିଙ୍କ ନାମ ସୁପାରିସ ହୋଇଛି ବୋଲି କ୍ରୀଡ଼ା ବିଭାଗର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଆଜି ପୁଣି ବୀରେନ୍ଦ୍ରଙ୍କ ନାମ ସୁପାରିସ କରାଯାଇଛି । ଦୂତିଙ୍କ ନାମ ଜାତୀୟ ଆଥଲେଟିକ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଦ୍ୱାରା ମଧ୍ୟ ସୁପାରିସ ହୋଇଛି । ଗତକାଲି ଏଏଫ୍‌ଆଇ ତାଙ୍କ ନାମ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ପଠାଇଥିଲା ।

 

କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ହକି ଇଣ୍ଡିଆ କିନ୍ତୁ ବୀରେନ୍ଦ୍ରଙ୍କ ନାମ ସୁପାରିସ କରି ନାହିଁ । ବରଂ ଖେଳରତ୍ନ ପାଇଁ ରାଣୀ ରାମପାଲ ଏବଂ ଅର୍ଜୁନ ପୁରସ୍କାର ପାଇଁ ବନ୍ଦନା କାଟାରିଆ, ମୋନିକା ଓ ହର୍ମନପ୍ରୀତଙ୍କ ନାମ ପଠାଇଛି । ହର୍ମନପ୍ରୀତଙ୍କ ଠାରୁ ବୀରେନ୍ଦ୍ର ବରିଷ୍ଠ ଓ ଦକ୍ଷ ଖେଳାଳି ହୋଇଥିଲେ ବି ହକି ଇଣ୍ଡିଆ ତାଙ୍କ ନାମ ନେଇ ନାହିଁ । ରାଜ୍ୟ କ୍ରୀଡ଼ା ବିଭାଗ ନିଜ ଆଡ଼ୁ ଦୁଇ କ୍ରୀଡ଼ାବିତଙ୍କ ନାମ ସୁପାରିସ କରିଥିବା ଏକ ଅଫିସିଆଲ ପତ୍ରରୁ ସ୍ପଷ୍ଟ କରିଛି ।

  • Tags:

Subscribe

National International State Sports Entertainment